ଓଡିଶା

odisha

By

Published : Jun 20, 2020, 4:22 PM IST

ETV Bharat / sports

ଇଂଲଣ୍ଡ ଗସ୍ତ ପୂର୍ବରୁ ପତ୍ନୀ ସାନିଆଙ୍କୁ ଭେଟିବେ ସୋଏବ ମଲ୍ଲିକ

ଇଂଲଣ୍ଡ ଗସ୍ତ ପୂର୍ବରୁ ପତ୍ନୀ ସାନିଆ ମୀର୍ଜାଙ୍କୁ ଭେଟିବେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ପ୍ରାୟ 5 ମାସ ଧରି ସୋଏବ ପରିବାର ସହ ଭେଟ ହୋଇନାହାନ୍ତି ବୋଲି ଜଣାପଡିଛି ।

Shoib to meet wife Sania mirza before joining team in England
ଇଂଲଣ୍ଡ ଗସ୍ତ ପୂର୍ବରୁ ପତ୍ନୀ ସାନିଆଙ୍କୁ ଭେଟିବେ ସୋଏବ ମଲ୍ଲିକ

ଲାହୋର: ଇଂଲଣ୍ଡ ଗସ୍ତ ପୂର୍ବରୁ ପତ୍ନୀ ସାନିଆ ମୀର୍ଜାଙ୍କୁ ଭେଟିବେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ପ୍ରାୟ 5 ମାସ ଧରି ସୋଏବ ପତ୍ନୀଙ୍କ ସହ ଭେଟ ହୋଇନାହାନ୍ତି ବୋଲି ଜଣାପଡିଛି ।

ପାକିସ୍ତାନ ଟିମ ଜୁନ 28ରେ ଇଂଲଣ୍ଡ ଗସ୍ତରେ ବାହାରିବ । ତେବେ ଜୁନ 24ରେ ସୋଏବ ଟିମରେ ଯୋଗ ଦେବେ ବୋଲି, ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ଫେବୃଆରୀ 20ରୁ ପାକିସ୍ତାନ ସୁପର ଲିଗ ପାଇଁ ପେସୱାର ଜଲାମି ଟିମ ସହ ଯୋଡି ହୋଇଥିଲେ ସୋଏବ ମଲ୍ଲିକ । ତେବେ ଏହାପରେ ମାର୍ଚ୍ଚ 17ରେ ଏହି ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିଲା । ମାତ୍ର ଲକାଡାଉନ ପାଇଁ ସୋଏବ ପରିବାର ସହ ଭେଟ ହୋଇପାରିନଥିଲେ । ପତ୍ନୀ ସାନିଆ ମୀର୍ଜା ଓ ବର୍ଷକର ପୁଅ ଇଜହାନ ମୀର୍ଜା ଭାରତରେ ରହିଛନ୍ତି । ବର୍ତ୍ତମାନ ଅନ୍ତର୍ଜାତୀୟ ବିମାନ କଟକଣା ସାମାନ୍ୟ କୋହଳ ହୋଇଥିବାରୁ ସୋଏବ ପରିବାର ସହ, କିଛି ସମୟ ବିତାଇବା ପରେ ଇଂଲଣ୍ଡ ଗସ୍ତରେ ଯିବେ ବୋଲି ଜଣାପଡିଛି ।

ପାକିସ୍ତାନ ଟିମ ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ସମାନ ମ୍ୟାଚ ସଂଖ୍ୟକ ଟି-20 ସିରିଜ ଖେଳିବ । ଏହି ସିରିଜ ଜୈବ ସୁରକ୍ଷିତ ପରିବେଶରେ ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଜୁଲାଇ 30ରେ ଖେଳାଯିବା ନେଇ ସୂଚୀ ରହିଛି ।

ABOUT THE AUTHOR

...view details