ଓଡିଶା

odisha

By

Published : Jul 13, 2020, 8:48 PM IST

ETV Bharat / sports

ଅମିତାଭ-ଅଭିଷେକଙ୍କ ଆରୋଗ୍ୟ କାମନା କଲେ ଆଫ୍ରିଦି ଓ ଅଖତର

କୋଭିଡ-19ରେ ଆକ୍ରାନ୍ତ ହେବା ପରେ ଅମିତାଭ ବଚ୍ଚନ, ଓ ଅଭିଷେକ ବଚ୍ଚନଙ୍କ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଓ ଶୋଏବ ଅଖତର । ଅଧିକ ପଢ଼ନ୍ତୁ...

Shahid Afridi, Shoaib Akhtar, Afridi and Akhtar wish Amitabh Bachchan, Amitabh and family speedy recovery, Covid-19, ଅମିତାଭଙ୍କ ଆରୋଗ୍ୟ କାମନା କଲେ ଆଫ୍ରିଦି ଓ ଅଖତର, ଶୋଏବ ଅଖତର, ଶାହିଦ ଆଫ୍ରିଦି
ଅମିତାଭ ଓ ଅଭିଷେକଙ୍କ ଆରୋଗ୍ୟ କାମନା କଲେ ଆଫ୍ରିଦି ଓ ଅଖତର

ହାଇଦ୍ରାବାଦ: ବଲିଉଡ ମେଗା ଷ୍ଟାର ଅମିତାଭ ବଚ୍ଚନ କୋଭି-19 ପଜିଟିଭ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ସାରା ଦେଶ । କେବଳ ଦେଶ କାହିଁକି ବିଦେଶରୁ ମଧ୍ୟ ବି ବିଙ୍କ ପାଇଁ ଆସୁଛି ପ୍ରାର୍ଥନା । ଅମିତାଭଙ୍କ ସହ ପୁଅ ଅଭିଷେକ, ବହୂ ଐଶ୍ବର୍ଯ୍ୟା, ଓ ନାତୁଣୀ ଆରାଧ୍ୟା ମଧ୍ୟ କୋଭିଡ଼-19ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଅମିତାଭଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପାକିସ୍ତାନର ଦୂଇ ପୂର୍ବତନ କ୍ରିକେଟର ଶୋଏବ ଅଖତର ଓ ଶାହିଦ ଆଫ୍ରିଦି ।

ଅମିତାଭ ଓ ଅଭିଷେକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଐଶ୍ବର୍ଯ୍ୟା ଓ ଆରାଧ୍ୟା ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ଭାରତର ସମସ୍ତ ସେଲିବ୍ରିଟି ତାଙ୍କ ଆରୋଗ୍ୟ ପାଇଁ କାମନା କରିଛନ୍ତି ।

କ୍ରିକେଟ ଜଗତରୁ ସମସ୍ତ ଭାରତୀୟ କ୍ରିକେଟର ବଚ୍ଚନ ପରିବାରକୁ ଶୀଘ୍ର ଆରୋଗ୍ୟ ପାଇଁ ଶୁଭେଚ୍ଛା ଦେଇଛନ୍ତି । ବଚ୍ଚନ ପରିବାରର ଫ୍ୟାନ୍ସ କେବଳ ଭାରତରେ ନୁହେଁ ସୀମା ବାହାରେ ମଧ୍ୟ ଅନେକ ରହିଛନ୍ତି । ପାକିସ୍ତାନରେ ମଧ୍ୟ ଅଛନ୍ତି ଅମିତାଭଙ୍କ ଫ୍ୟାନ୍ସ । ତେବେ ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ଯିଏ ନିଜେ କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି ଓ ପୂର୍ବତନ ସ୍ପିଡଷ୍ଟର ଶୋଏବ ଅଖତର ଟ୍ବିଟ କରି ବଲିଉଡ ଅଭିନେତାଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଶୁଭେଚ୍ଛା ଦେଇଛନ୍ତି ।

‘‘ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ପାଇଁ କାମନା କରୁଛି । ଆଶା କରୁଛି ଆପଣ ଶୀଘ୍ର ସୁସ୍ଥ ହୋଇଯିବେ,’’ ବୋଲି ଆଫ୍ରିଦି ଟ୍ବିଟ କରିଛନ୍ତି ।

‘‘ଶୀଘ୍ର ସୁସ୍ଥ ହୁଅନ୍ତୁ ଅମିତ ଜୀ, ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି,’’ ବୋଲି ଟ୍ବିଟ କରିଛନ୍ତି ଅଖତର ।

କୋଭିଡ-19ରେ ଆକ୍ରାନ୍ତ ହେବା ପରେ ଉଭୟ ଅମିତାଭ ଓ ଅଭିଷେକ ଟ୍ବିଟ କରି ଫ୍ୟାନ୍ସଙ୍କୁ ଏହି ଖବର ଦେଇଥିଲେ । ଉଭୟ ନାନାବତୀ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।

ହସ୍ପିଟାଲର ଏକ ସୂତ୍ର ଅନୁସାରେ, ‘‘ସେମାନେ ବର୍ତ୍ତମାନ ୱାର୍ଡରେ ଅଛନ୍ତି, ଉଭୟଙ୍କ ଅବସ୍ଥା ସ୍ଥିର ରହିଛି । ସେମାନଙ୍କୁ ବର୍ତ୍ତମାନ କୌଣସି ଆଗ୍ରେସିଭ ଚିକିତ୍ସା ଦିଆଯାଉ ନାହିଁ । ପ୍ରାଥମିକ ଚିକିତ୍ସାରେ ସେମାନେ ଠିକ ଅଛନ୍ତି । ସପୋର୍ଟିଭ ଥେରାପି ସେମାନଙ୍କୁ ଦିଆଯାଉଛି ।’’

ABOUT THE AUTHOR

...view details