ଓଡିଶା

odisha

ETV Bharat / sports

ବିଶ୍ବକପରେ ହାରିଲା ଭାରତ, କଣ କହୁଛନ୍ତି ପ୍ରଶଂସକ

ସେମିଫାଇନାଲରେ ଭାରତର ପରାସ୍ତ ପରେ ନିରାଶ ହୋଇଛନ୍ତି କ୍ରୀଡା ପ୍ରେମୀ । ତେବେ ଖରାପ ପାଗ ଯୋଗୁଁ ଏପରି ସ୍ଥିତି ଉପୁଯିଥିବା କହିଛନ୍ତି କ୍ରୀଡା ପ୍ରେମୀ । ଅନ୍ୟପଟେ ଏହି ପରାଜୟ ପାଇଁ ମ୍ୟାନେଜମେଣ୍ଟ ଦାୟୀ ବୋଲି ସିଧାସଳଖ କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।

By

Published : Jul 11, 2019, 3:17 PM IST

Updated : Jul 11, 2019, 3:24 PM IST

ଡିଜାଇନ ଫଟୋ

କଟକ: ନିରାଶ କଲା ଟିମ ଇଣ୍ଡିଆ । କାନ୍ଦିଲେ କୋଟି କୋଟି ଇଣ୍ଡିଆନ ଫ୍ୟାନ୍ସ । ବିଶ୍ୱାସ ହେଉନଥିଲେ ବି ସତ । ଚଳିତବିଶ୍ୱକପର ହାଇଭୋଲ୍ଟେଜ ସେମିଫାଇନାଲ୍ ମୁକାବିଲାରେ ପରାସ୍ତ ହୋଇ ବିଶ୍ୱକପ ଅଭିଯାନ ଶେଷ କଲା ମେନ ଇନ ବ୍ଲ୍ୟୁ । ତେବେ ଲିଗ ପର୍ଯ୍ୟାୟ ଏତେ ଦବଦବା ଜାହିର କରିଥିବା ଟିମ ଇଣ୍ଡିଆ ସେମିରେ କାହିଁକି ପରାସ୍ତ ହେଲା ? କେଉଁଟି ରହିଲା ତ୍ରୁଟି ? କେଉଁ କାରଣରୁ ଏତେ ବଡ଼ ବ୍ୟାଟିଂ ଲାଇନ ଅପ ଭୁଶୁଡି ଗଲା ?

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ଏନେଇ ବେଶ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ । କାରଣ ଏହି ମ୍ୟାଚରେ କୌଣସି ପ୍ରକାର ଚାପରେ ନଥିଲା ଟିମ ଇଣ୍ଡିଆ । କାରଣ ପୂର୍ବରୁ ଅନେକ ଶକ୍ତିଶାଳୀ ଦଳକୁ ମାତ ଦେଇ ସେମିରେ ପ୍ରବେଶ କରିଥିଲା ବିରାଟ ବାହିନୀ । ତେବେ ଖରାପ ପାଗ ଯୋଗୁଁ ଏପରି ସ୍ଥିତି ଉପୁଯିଥିବା କହିଛନ୍ତି କ୍ରୀଡା ପ୍ରେମୀ । କାରଣ ରିଜର୍ଭ ଡେ ମ୍ୟାଚ ଖେଳିବା ବଡ଼ କଷ୍ଟ ବୋଲି କହିଥିଲେ କ୍ରୀଡା ପ୍ରଶଂସକ ।

ଅନ୍ୟପେଟେ ଟିମ ଇଣ୍ଡିଆର ଏପରି ପ୍ରଦର୍ଶନ ପାଇଁ ସାରା ଦେଶ ମର୍ମାହିତ । ଏହି ପରାଜୟ ପାଇଁ ମ୍ୟାନେଜମେଣ୍ଟ ଦାୟୀ ବୋଲି ସିଧାସଳଖ କହିଛନ୍ତି ପୁର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଯଦି ଧୋନିଙ୍କୁ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ମଇଦାନକୁ ଉହ୍ଲାଇଥାନ୍ତେ ତେବେ ଟିମ ଇଣ୍ଡିଆ ଏହି ମ୍ୟାଚକୁ ଖୁସିରେ ଜିତି ନେଇଥାନ୍ତା । ତେବେ ମ୍ୟାନେଜମେଣ୍ଟର ଏପରି ନିଷ୍ପତ୍ତି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାସହିତ ମହମ୍ମଦ ସାମିଙ୍କୁ ଟିମରେ କଣ ପାଇଁ ସ୍ଥାନ ଦିଆଗଲାନି ଏହା ମଧ୍ୟ ରହସ୍ୟ ଘେରରେ ବୋଲି ସେ କହିଛନ୍ତି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 11, 2019, 3:24 PM IST

For All Latest Updates

ABOUT THE AUTHOR

...view details