ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ସର୍ଫରାଜ ଅହମ୍ମଦଙ୍କୁ ଲାଗିବାରେ ବଡ ଝଟକା । ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଚେୟାରମ୍ୟାନ ଏମିତି କିଛି ସଙ୍କେତ ଦେଇଛନ୍ତି । ଆଗାମୀ ସପ୍ତାହରେ ଦଳର ସ୍ଥିତି ନେଇ ପିସିବିର ଅଧିକାରୀ ଓ କ୍ୟାପଟେନ ସର୍ଫରାଜଙ୍କ ମଧ୍ୟରେ ଏକ ବୈଠକ ହେବ । ଏଥିରେ ସର୍ଫରାଜଙ୍କୁ କ୍ୟାପଟେନ ପଦ ଛାଡିବାକୁ କୁହାଯାଇପାରେ ବୋଲି କୁହାଯାଉଛି ।
ପାକିସ୍ତାନ କ୍ୟାପଟେନ ପଦରୁ ହଟିବେ ସର୍ଫରାଜ ! - ସର୍ଫରାଜ ଅହମ୍ମଦଙ୍କୁ ବଡ ଝଟକା
ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ପଦରୁ ହଟି ପାରନ୍ତି ସର୍ଫରାଜ ଅହମ୍ମଦ । ଅନେକ ପାକିସ୍ତାନି ପୂର୍ବତନ କ୍ରିକେଟର ଓ ପ୍ରଂଶସକ କ୍ୟାପଟେନ ପଦରୁ ସର୍ଫରାଜଙ୍କୁ ହଟାଇବାକୁ ଯୁକ୍ତି ବାଢିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ କ୍ୟାପଟେନ ସର୍ଫରାଜ ହାଇ ମାରିବା ନେଇ ଅଡୁଆରେ ପଡିଥିଲେ । ନିକଟରେ ଶ୍ରୀଲଙ୍କା ଟିମ ପାକିସ୍ତାନକୁ ନିଜ ମାଟିରେ ଶୋଚନୀୟ ଭାବେ ପରାସ୍ତ କରି ସିରିଜ ହାତେଇଛି ।
ସେଥିପାଇଁ ଦଳର ପ୍ରଦର୍ଶନ ନେଇ ସର୍ଫରାଜ ହଟାଓ ଦାବି ହେଉଛି । ଅନେକ ପୂର୍ବତନ କ୍ରିକେଟର ଓ ପ୍ରଂଶସକ କ୍ୟାପଟେନ ପଦରୁ ସର୍ଫରାଜଙ୍କୁ ହଟାଇବାକୁ ଯୁକ୍ତି ବାଢିଛନ୍ତି ।