ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ପୁଣି ଦେଖିବାକୁ ମିଳିଥିଲା କ୍ରିକେଟ ଗ୍ରାଉଣ୍ଡରେ । ବ୍ୟାଟିଂରେ ତ ସଚିନଙ୍କ ସମତୁଲ୍ୟ କେହି ହୋଇ ପାରିବେ ନାହିଁ କିନ୍ତୁ ବୋଲିଂରେ ମଧ୍ୟ ଅନେକ ସମୟରେ କମାଲ ଦେଖାଇଛନ୍ତି । ଏପରିକି ଅନେକ ଥର ବ୍ୟାଟ୍ସମ୍ୟାନଙ୍କୁ ନିଜ ସ୍ପିନ ବୋଲିଂ ମାଧ୍ୟମରେ ପଭିଲିୟନର ବାଟ ଦେଖାଇଛନ୍ତି ସଚିନ ।
ନିଜ ବନ୍ଧୁ ତଥା ଟିମମେଟ ବିନୋଦ କାମ୍ବଲିଙ୍କ ସହ କ୍ରିକେଟ ଖେଳୁଥିବାର ଏକ ଭିଡିଓ ଗତ 11 ତାରିଖରେ ସେୟାର କରିଥିଲେ ସଚିନ । ଏହି ଭିଡିଓରେ ମଧ୍ୟ ସଚିନଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓକୁ ନେଇ ଆଇସିସି ଟ୍ରୋଲ କରିଛି ସଚିନଙ୍କୁ । କାରଣ ହେଉଛି ବୋଲିଂ ସମୟରେ ସଚିନ ଓଭର ଷ୍ଟେପ କରିଥିଲେ ଯାହାକି ନୋ ବଲ ଥିଲା । ଏହି ମଉକାର ଫାଇଦା ନେଇ ସଚିନଙ୍କୁ ଟ୍ବିଟରରେ ଟ୍ରୋଲ କରିଛି ଆଇସିସି । ଟ୍ବିଟରରେ ଆଇସିସି ଲେଖିଛି ‘‘watch your front foot, @sachin_rt’’ ‘‘ନିଜ ଫ୍ରଣ୍ଟପୁଟକୁ ଦେଖ ସଚିନ’’ । ଏହା ସହ ଅମ୍ପାୟାର ଷ୍ଟିଭ ବକନରଙ୍କ ଏକ ଫଟୋ ସେୟାର କରିଛି ଆଇସିସି ଯେଉଁଥିରେ ସେ ନୋ ବଲ ସଙ୍କେତ ଦେଖାଉଛନ୍ତି ।