ଓଡିଶା

odisha

ETV Bharat / sports

ଜେପି ଡୁମିନିଙ୍କ ପସନ୍ଦର ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା

ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ପସନ୍ଦର ବ୍ୟାଟ୍ସମ୍ୟାନ ଚୟନ କରିଛନ୍ତି, ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜେପି ଡୁମିନି ।

By

Published : Jun 21, 2020, 3:39 PM IST

Rohit Sharma is my favorite batsman, says JP Duminy
ଜେପି ଡୁମିନିଙ୍କ ପସନ୍ଦର ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା

ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜେପି ଡୁମିନି ନିଜର ପସନ୍ଦର ବ୍ୟାଟ୍ସମ୍ୟାନଙ୍କ ନାମ ଖୁଲାସା କରିଛନ୍ତି । ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ପସନ୍ଦର ବ୍ୟାଟ୍ସମ୍ୟାନ ଚୟନ କରିଛନ୍ତି ଡୁମିନି ।

ଜିମ୍ବାୱେ ପେସର ପୋମି ମବାଙ୍ଗୱଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ଜେପି ଡୁମିନି । ରୋହିତଙ୍କ ପିକ୍ ଅପ୍ ପୁଲ୍ ସଟ୍ ସବୁଠୁ ଅଧିକ ପ୍ରିୟ ବୋଲି ସେ କହିଛନ୍ତି ।

ଇଂଲଣ୍ଡରେ ଖେଳାଯାଇଥିବା 2019 କ୍ରିକେଟ ବିଶ୍ବକପରେ ରୋହିତ ଶର୍ମା 648 ରନ ସହ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ । 9ଟି ମ୍ୟାଚରେ 81.00ହାରରେ ରନ ସଂଗ୍ରହ କରିଥିଲେ ରୋହିତ । ଏଥିସହିତ ବିଶ୍ବକପର ଗୋଟିଏ ସଂସ୍କରଣରେ 5ଟି ଶତକ ହାସଲକାରୀ ଖେଳାଳି ହୋଇଥିଲେ ।

ରୋହିତ ବର୍ତ୍ତମାନ ଟିମ ଇଣ୍ଡିଆର ଉପ-ଅଧିନାୟକ ରହିଛନ୍ତି । ଏଯାବତ ସେ 224ଟି ଅନ୍ତର୍ଜାତୀୟ ଦିନିକିଆ, 32ଟି ଟେଷ୍ଟ ଓ 108ଟି ଟି-20 ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରେ ମୋଟ 14,029 ରନ ସଂଗ୍ରହ କରିଛନ୍ତି । ବିଶ୍ବର ଏକମାତ୍ର ଖେଳାଳି ଭାବେ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ହାସଲ କରିଛନ୍ତି । ଏଥିସହିତ 50ଓଭର ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନର ମଧ୍ୟ ରେକର୍ଡ ରୋହିତଙ୍କ ନାମରେ ରହିଛି । ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାର୍ଡେନ କୋଲକାତା ଷ୍ଟାଡିୟମରେ 264 ରନର ଅବିଶ୍ବସନୀୟ ଇଂନିସ ଖେଳିଥିଲେ ରୋହିତ । ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ମଧ୍ୟ ରହିଛନ୍ତି ରୋହିତ ।

ABOUT THE AUTHOR

...view details