ଓଡିଶା

odisha

By

Published : Mar 8, 2021, 4:43 PM IST

ETV Bharat / sports

ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ଲିଜେଣ୍ଡ୍‌ସ ବିଜୟୀ

ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ ଟି20 ଇଂଲଣ୍ଡ ଲିଜେଣ୍ଡର ପ୍ରଥମ ବିଜୟ । କ୍ୟାପଟେନ କେଭିନ ପିଟରସନଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଲିଜେଣ୍ଡକୁ ହରାଇଲା ଇଂଲଣ୍ଡ ଲିଜେଣ୍ଡ । ଅଧିକ ପଢନ୍ତୁ...

Road Safety World Series: Pietersen shines in England Legends' win against Bangladesh
ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ଲିଜେଣ୍ଡ୍‌ସ ବିଜୟୀ

ରାୟପୁର: ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ ଟି20 ଇଂଲଣ୍ଡ ଲିଜେଣ୍ଡର ପ୍ରଥମ ବିଜୟ । କ୍ୟାପଟେନ କେଭିନ ପିଟରସନଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଲିଜେଣ୍ଡକୁ ହରାଇଲା ଇଂଲଣ୍ଡ ଲିଜେଣ୍ଡ । ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ ରାୟପୁରରେ ଖେଳାଯାଇଥିବା ମ୍ୟାଚରେ 114 ରନର ବିଜୟ ଲକ୍ଷ୍ୟକୁ 14 ଓଭରରେ ହାସଲ କରିନେଇଥିଲା ଇଂଲଣ୍ଡ ।

ଡାରେନ ମ୍ୟାଡି ଅପରାଜିତ 32 ରନର ଇଂନିସ ଖେଳିଥିଲେ । କେଭିନ ପିଟରସନ 17 ବଲରୁ 42 ରନର ବିସ୍ଫୋରକ ଇଂନିସ ଖେଳିଥିଲେ । ପୂର୍ବରୁ ପିଟରସନ ଟସ ଜିତିବା ସହ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡ ବୋଲର ଶାଣିତ ବୋଲିଂ ବଳରେ ବାଂଲାଦେଶକୁ ନିର୍ଦ୍ଧାରିତ 20 ଓଭରରେ 113 ରନରେ ରୋକିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଟ୍ରେମଲେଟ 10 ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରି ସଫଳ ବୋଲର ରହିଥିଲେ । ମଣ୍ଟି ପନିସର ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ଲିଜେଣ୍ଡସ 113/5(ଖାଲେଦ ମାସୁଦ 31ଆହତ ଅବସର, ମୁସଫିକର ରେହମାନ ଅପରାଜିତ 30; କ୍ରିସ ଟ୍ରେମଲେଟ 2/10); ଇଂଲଣ୍ଡ ଲିଜେଣ୍ଡସ 117/3(କେଭିନ ପିଟରସନ 42, ଡାରେନ ମ୍ୟାଡି ଅପରାଜିତ 32, ଫିଲ ମୁଷ୍ଟାର୍ଡ 27, ମହମ୍ମଦ ରଫିକ 2/31) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details