ଓଡିଶା

odisha

By

Published : Mar 5, 2021, 11:01 PM IST

ETV Bharat / sports

ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ: ବାଲାଂଦେଶ ଲିଜେଣ୍ଡସଙ୍କୁ ହରାଇଲେ ସଚିନ-ସେହ୍ବାଗ ଯୋଡି

ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ 2021ର ପ୍ରଥମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସ ବାଲାଂଦେଶ ଲିଜେଣ୍ଡ ଟିମକୁ 10 ୱିକେଟରେ ପରାସ୍ତ କରିଛି । ଅଧିକ ପଢନ୍ତୁ...

Road Safety World Series 2021: India Legends beat Bangladesh Legends by 10 wickets
ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ: ବାଲାଂଦେଶ ଲିଜେଣ୍ଡସଙ୍କୁ ହରାଇଲେ ସଚିନ-ସେହ୍ବାଗ ଯୋଡି

ରାୟପୁର:ରୋଡ ସେଫ୍‌ଟି ୱାର୍ଲ୍ଡ ସିରିଜ 2021 ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସ ବାଲାଂଦେଶ ଲିଜେଣ୍ଡ ଟିମକୁ 10 ୱିକେଟରେ ପରାସ୍ତ କରିଛି । ନବନିର୍ମିତ ସହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ରାୟପୁରରେ ଖେଳାଯାଇଥିବା ମୁକାବିଲା ।

ବିରେନ୍ଦ୍ର ସେହ୍ବାଗ ଓ ସଚିନ ତେନ୍ଦୁଲକର 59 ବଲରୁ ଅପରାଜିତ 110 ରନ ଓପନିଂ ୱିକେଟ ପାର୍ଟନରସିପ ବଳରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

ସେହ୍ବାଗ 35 ବଲରୁ 10 ଚୌକା ଓ 5 ଛକା ସହାୟତାରେ ବିସ୍ଫୋରକ 80 ରନର ଇଂନିସ ଖେଳିଛନ୍ତି । ଅନ୍ୟପଟେ ତେନ୍ଦୁଲକର 26 ବଲରୁ 33 ରନର ଇଂମିସ ଖେଳିଛନ୍ତି । 10.1 ଓଭରରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ପୂର୍ବରୁ ବାଂଲାଦେଶ ଲିଜେଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । 19.4 ଓଭରରେ ସମସ୍ତ ୱିକେଟ ହରାଇ 109 ରନ କରିପାରିଥିଲା ।

ବାରତ ପକ୍ଷରୁ ପ୍ରଜ୍ଞାନ ଓଝା, ଯୁବରାଜ ସିଂହ, ବିନୟ କୁମାର ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ । ମନପ୍ରୀତ ଗୋନି ଓ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details