ଓଡିଶା

odisha

ETV Bharat / sports

ରଣଜୀ ଲଢେଇ: ଆସାମ ବିପକ୍ଷରେ ଓଡିଶାର ଇନିଂସ ବିଜୟ

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଆସାମ ବିପକ୍ଷ ରଣଜୀ ଲଢେଇରେ ଗୋଟିଏ ଇଂନିସ ଓ 3 ରନରେ ବିଜୟୀ ହୋଇଛି ଓଡିଶା । 5ଟି ବିଜୟ ସହ 34 ପଏଣ୍ଟ ପାଇ ଏଲିଟ ଗ୍ରୁପ ସିର ପ୍ରଥମ ସ୍ଥାନରେ ପହଞ୍ଚିଛି ଓଡିଶା ।  ଅଧିକ ପଢନ୍ତୁ...

By

Published : Jan 30, 2020, 2:56 PM IST

Updated : Jan 30, 2020, 3:47 PM IST

Ranjy Trophy
ରଣଜୀ ଲଢେଇ

କଟକ: ରଣଜୀ ଲଢେଇରେ ଓଡିଶାର ଆଉ ଏକ ବୃହତ ବିଜୟ । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଆସାମ ବିପକ୍ଷ ରଣଜୀ ମ୍ୟାଚରେ ବିଜୟୀ ହୋଇଛି ଓଡିଶା । ଆସାମକୁ ଗୋଟିଏ ଇଂନିସ ଓ 3 ରନରେ ହରାଇଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ ।

ଓଡିଶା ରଣଜୀ ଟିମ

ପ୍ରଥମ ଇଂନିସରେ 5ଟି ଜବରଦସ୍ତ ଅର୍ଦ୍ଧଶତକୀୟ ଇଂନିସ ବଳରେ 436 ରନ କରିଥିଲା ଓଡିଶା । ତେବେ ବ୍ୟାଟିଂ ପରେ ବୋଲିଂରେ କମାଲ କରିଥିଲେ ଓଡିଶା ବୋଲର । ଆସାମକୁ ପ୍ରଥମ ଇଂନିସରେ 238 ଓ 2ୟ ଇଂନିସରେ 195ରେ ଅଲଆଉଟ କରିଥିଲେ ଓଡିଶା ବୋଲର । ଆସାମ 2ଟି ଇଂନିସରେ ଓଡିଶାର ପ୍ରଥମ ଇଂନିସ ସ୍କୋରକୁ ଟପି ପାରିନଥିଲା । ଫଳରେ ଗୋଟିଏ ଇଂନିସ 3 ରନରେ ବିଜୟୀ ହୋଇଛି ଓଡିଶା ।

ଓଡିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ 4 ଟି ୱିକେଟ ଅକ୍ତିଆର କରିଥିଲେ । ଦେଵବ୍ରତ ପ୍ରଧାନ ଓ ସୂର୍ଯ୍ୟକାନ୍ତ ପ୍ରଧାନ 3ଟି ଲେଖାଁଏ ୱିକେଟ ହାସଲ କରି ଓଡିଶାକୁ ବଡ ବିଜୟ ଭେଟି ଦେଇଥିଲେ । ପଞ୍ଚମ ବିଜୟରୁ 34 ପଏଣ୍ଟ ସହ ଏଲିଟ ଗ୍ରୁପ ସିର ପ୍ରଥମ ସ୍ଥାନରେ ପହଞ୍ଚିଛି ଓଡିଶା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 30, 2020, 3:47 PM IST

ABOUT THE AUTHOR

...view details