ଓଡିଶା

odisha

ETV Bharat / sports

ରଣଜୀ ଟ୍ରଫି: ହରିୟାଣା ବିପକ୍ଷ ମ୍ୟାଚରେ 51ରନରେ ଆଗୁଆ ଓଡିଶା - Haryana vs Odisha

ପ୍ରଥମ ଦିନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 51 ରନରେ ଆଗୁଆ ଭ୍ରମଣକାରୀ ଓଡିଶା । ଅଧିକ ପଢନ୍ତୁ...

ranji-trophy-haryana-vs-odisha-odisha-lead-by-51-runs-at-day-1-stumps
ରଣଜୀ ଟ୍ରଫି

By

Published : Jan 11, 2020, 11:04 PM IST

ରୋହତକ୍‌: ଚଳିତ ରଣଜୀ ଟ୍ରଫିର ହରିୟାଣା ବିପକ୍ଷ ମ୍ୟାଚରେ ଓଡିଶା ଦେଖାଇଲା ଦମ । ପ୍ରଥମ ଦିନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 51 ରନରେ ଆଗୁଆ ଭ୍ରମଣକାରୀ ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ହରିୟାଣା ପ୍ରଥମ ପାଳିରେ 90 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶୁଭମ ରୋହିଲା ସର୍ବାଧିକ 20 ରନ କରି ପାରିଥିଲେ । ସେହିପରି ପ୍ରମୋଦ ଚାଣ୍ଡେଲା 16 ରନ, ଟିନୁ କୁଣ୍ଡୁ 15 ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 6 ୱିକେଟ ନେଇ ହରିୟାଣାର ବ୍ୟାଟିଂ ଲାଇନକୁ ଭାଙ୍ଗିଥିଲେ ।

ତେବେ ଓଡିଶା ତା'ର ପ୍ରଥମ ପାଳିରେ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ସଙ୍କଟରେ ପଡିଥିଲା । ଓପନର ଦେବାଶିଷ ସାମନ୍ତରାୟ 5 ରନ କରି ଅଜିତ ଚହଲଙ୍କ ଶିକାର ହୋଇଥିଲେ । ଏହାପରେ ଶାନ୍ତନୁ ମିଶ୍ର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ପିଚରେ କିଛି ସମୟ ବିତାଇବା ପରେ ଉଭୟ ଯଥାକ୍ରମେ 17 ଓ 12 ରନ କରି ପାଭିଲିଅନ ଫେରିଯାଇଥିଲ । ପରେ ପରେ ଗୋବିନ୍ଦ ପୋଦାର 2 ରନ କରି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଏହାପରେ ବିପ୍ଲବ ସାମନ୍ତରାୟ ଓ ରାଜେଶ ଧୂପର କିଛି ସମୟ ପାଇଁ ଦଳକୁ ମଝୁବୁତ ସ୍ଥିତି ପ୍ରଦାନ କରିଥିଲେ । ହେଲେ ରାଜେଶ ଧୂପର ମଧ୍ୟ 24 ରନ କରି ଟିନୁ କୁଣ୍ଡୁଙ୍କ ଶିକାର ହୋଇଥିଲେ ।

ଶେଷରେ ବିପ୍ଳବ ଓ ସୁଜିତ ଲେଙ୍କା ବ୍ୟକ୍ତିଗତ 45 ଓ 21 ରନ କରି ପ୍ରଥମ ଦିନ ଖେଳ ସମାପ୍ତ କରିଥିଲେ । ତେବେ ଓଡିଶା ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 5 ୱିକେଟ ହରାଇ ସଂଗ୍ରହ କରିଛି 141 ରନ । ଓଡିଶା ଏବେ ଗୃପ-ସି' ର ପ୍ରଥମ ସ୍ଥାନରେ ରହିଛି । ସମୁଦାୟ 4 ଟି ମ୍ୟାଚ ଖେଳି 3 ଟିରେ ବିଜୟ ଓ ଏକ ମ୍ୟାଚ ଡ୍ର ରଖିଛି ଓଡିଶା

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details