ହାଇଦ୍ରାବାଦ: ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବା ଆଇପିଏଲର ଫାଇନାଲ ଲଢେଇ । ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ତେବେ କେଉଁ କାରଣ ପାଇଁ ଆଇପିଏଲ ଫାଇନାଲ ହାଇଦ୍ରାବାଦରେ ଖେଳାଯିବାକୁ ସ୍ଥିର କରାଗଲା ? ହାଇଦ୍ରାବାଦରେ ଫାଇନାଲ ଖେଳାଗଲେ ବିସିସିଆକୁ କଣ ଫାଇଦା ମିଳିବ ? ଏହି ସବୁ ପ୍ରଶ୍ନର ଉତ୍ତର ଏମିତି ।
ଭିଡିଓ ସୌଜନ୍ୟ- ସ୍ପୋର୍ଟ ଡେକ୍ସ, ଇଟିଭି ଭାରତ ତେବେ ଆଇପିଏଲର ଫାଇନାଲ ଲଢେଇ ପ୍ରଥମେ ଚେନ୍ନାଇରେ ହେବାକୁ ସ୍ଥିର ହୋଇଥିଲା । ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ପାଇଁ ଯୋଜନା ରହିଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ବିସିସିଆଇ ତାର ନିଷ୍ପତି ବଦଳାଇଥିଲା ।
ତେବେ କହିରଖୁ ଚେନ୍ନାଇର ଚେପକ୍ ଷ୍ଟାଡିୟମର I, J ଓ K ଷ୍ଟାଣ୍ଡର ମରାମତି କାମ ଏଯାଏ ହୋଇ ପାରିନାହିଁ । ଫଳରେ 3ଟି ଷ୍ଟାଣ୍ଡ ବିନା ଆଇପିଏଲ ଫାଇନାଲ ଲଢେଇ ହୋଇଥିଲେ ବିସିସିଆଇକୁ ପ୍ରାୟ 12ହଜାର ଟଙ୍କାର କ୍ଷତି ସହିବାକୁ ପଡିଥାନ୍ତା । ତେଣୁ ଏହି କ୍ଷତି ସହିବା ଅପେକ୍ଷା ଶସ୍ତା ଓ ସୁନ୍ଦର ଭାବରେ ଆଇପିଏଲ ଫାଇନାଲ ହାଇଦ୍ରାବାଦରେ କରିବା ଠିକ୍ ଭାବିଲା ବିସିସିଆଇ ।
ଷ୍ଟାଡିୟମ କେତେ ପ୍ରସ୍ତୁତ-
ଫାଇନାଲ ମ୍ୟାଚ ପାଇଁ ଷ୍ଟାଡିୟମ ଏକଦମ୍ ପ୍ରସ୍ତୁତ ହୋଇଗଲାଣି । ହାଇଦ୍ରାବାଦ ଉପ୍ପଲ ସ୍ଥିତ ଏହି ଷ୍ଟାଡିୟମକୁ ରଙ୍ଗିନ କରିବାରେ କୌଣସି ବି କସରତ ବାକି ନାହିଁ । ଲିଗ ମ୍ୟାଚ ଅପେକ୍ଷା ଷ୍ଟାଡିୟମର ରୂପରଙ୍ଗ ପୁରାପୁରି ବଦଳେଇ ଦିଆଯାଇଛି ।