ଓଡିଶା

odisha

ETV Bharat / sports

ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ଯାଇପାରେ ଅଷ୍ଟ୍ରେଲିଆ

ୟୁକେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଗସ୍ତ ପ୍ରଥମେ ଟି-20 ସିରଜରୁ ଆରମ୍ଭ ହେବ । ସେପ୍ଟେମ୍ବର 4, 6, ଓ 8 ତାରିଖରେ ଯଥାକ୍ରମେ 3ଟି ଟି-20 ଖେଳାଯିବ । ଏହାପରେ ସେପ୍ଟେମ୍ବର 10, 12 ଓ15 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ସାଉଥାମ୍ପଟନ, ଓଲ୍ଡ ଟ୍ରାଫର୍ଡ ଓ ମାଞ୍ଚେଷ୍ଟରରେ ଖେଳାଯିବ ।

By

Published : Jul 20, 2020, 3:40 PM IST

Proposed ENG-AUS series to begin from September 4: report
ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ଯାଇପାରେ ଅଷ୍ଟ୍ରେଲିଆ

ଲଣ୍ଡନ: 4ର୍ଥ ଟିମ ଭାବେ ଇଂଲଣ୍ଡ ଗସ୍ତ କରିପାରେ ଅଷ୍ଟ୍ରେଲିଆ । "ଜୈବ ସୁରକ୍ଷିତ" ପରିବେଶରେ ସେପ୍ଟେମ୍ବର 4ରୁ, 3ଟି ଟି-20 ମ୍ୟାଚ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ପାଇଁ କଙ୍ଗାରୁ ଟିମର ଇଂଲଣ୍ଡ ଗସ୍ତ ସୂଚୀ ରହିଛି ।

ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ଯାଇପାରେ ଅଷ୍ଟ୍ରେଲିଆ

ୟୁକେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଗସ୍ତ ପ୍ରଥମେ ଟି-20 ସିରଜରୁ ଆରମ୍ଭ ହେବ । ସେପ୍ଟେମ୍ବର 4, 6, ଓ 8 ତାରିଖରେ ଯଥାକ୍ରମେ 3ଟି ଟି-20 ଖେଳାଯିବ । ଏହାପରେ ସେପ୍ଟେମ୍ବର 10, 12 ଓ15 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ସାଉଥାମ୍ପଟନ, ଓଲ୍ଡ ଟ୍ରାଫର୍ଡ ଓ ମାଞ୍ଚେଷ୍ଟରରେ ଖେଳାଯିବ ।

ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ଯାଇପାରେ ଅଷ୍ଟ୍ରେଲିଆ

ରିପୋର୍ଟ ଅନୁଯାୟୀ, ଏକ ସ୍ବତନ୍ତ୍ର ଘରାଇ ବିମାନରେ ଅଷ୍ଟ୍ରେଲିଆ ଟିମ ୟୁକେ ଉଡାଣ ଭରିବେ ।

ସାଉଥାମ୍ପଟନ ଓ ମାଞ୍ଚେଷ୍ଟରରେ ପ୍ରସାରଣକାରୀ କର୍ମଚାରୀ ଓ ମ୍ୟାଚ ପରିଚାଳନା କର୍ମଚାରୀଙ୍କ ପାଇଁ ଭେନ୍ୟୁ ସହ ହୋଟେଲର ବ୍ୟବସ୍ଥା ରହିବ ।

ଏହି ଦୁଇଟି ଗ୍ରାଉଣ୍ଡରେ ବର୍ତ୍ତମାନର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଖେଳାଯାଉଛି । ଏହି ସିରିଜରୁ କୋରୋନା ଭାଇରସ ବ୍ରେକ ପରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି । ଏହାପରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ମଧ୍ୟ ଏହି ଦୁଇି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ରହିଛି ।

ଗତ ସପ୍ତାହରେ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଅଭ୍ୟାସ ପାଇଁ, 26 ଜଣିଆ ପ୍ରାଥମିକ ଖେଳାଳି ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରୁ ଚୁଡାନ୍ତ ଟିମ ଘୋଷଣା ହେବ । ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ସର୍ବୋପରି । କ୍ବାରେଣ୍ଟିନର ବ୍ୟବସ୍ଥା ଓ ସ୍ଥାନ ନେଇ ସ୍ପଷ୍ଟ ହୋଇନାହିଁ । ସମସ୍ତ ଦିଗ ପ୍ରତି ବିଚାର କରାଯାଇ ନିଷ୍ପତି ନିଆଯିବ ବୋଲି ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ବେନ ଓଲିଭର କହିଛନ୍ତି ।

ଘୋଷିତ ଅଷ୍ଟ୍ରେଲିଆ ପ୍ରାଥମିକ 26 ଜଣିଆ ଟିମ: ସିନ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କେରୀ, ପାଟ କମିନ୍ସ, ଆରୋନ ଫିଞ୍ଚ, ଜସ ହେଜେଲଉଡ, ଟ୍ରାଭିସ ହେଡ, ଉମସାନ ଖାୱାଜା, ମାର୍ନସ ଲବୁସାନ, ନାଥନ ଲାୟନ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, ବେନ ମାକଡରମଟ, ରିଲେ ମେରଡିଥ, ମିଚେଲ ନାଇଜର, ଜସ ଫିଲିପ, ଡାନିଏଲ ସାମସ, ଡି' ଆର୍କି ସର୍ଟ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ, ଆଣ୍ଡ୍ରିୟୁ ଟାଇ, ମାଥ୍ୟୁ ୱେଡ୍, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details