ଓଡିଶା

odisha

ETV Bharat / sports

ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦେବା ପାଇଁ କ୍ରିକେଟରଙ୍କ ସାହାରା ନେଲେ ପ୍ରଧାନମନ୍ତ୍ରୀ - କ୍ରିକେଟରଙ୍କ ପ୍ରଶଂସାରେ ପ୍ରଧାନମନ୍ତ୍ରୀ

'ପରୀକ୍ଷା ପେ ଚର୍ଚ୍ଚା'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରେରଣା ଓ ସକାରାତ୍ମକ ଚିନ୍ତାଧାରାର ଶକ୍ତି' ଉପରେ ଚର୍ଚ୍ଚା କରୁଥିବା ସମୟରେ କ୍ରିକେଟରଙ୍କ ଉଦାହରଣ ଦେଇଥିଲେ ।

cricketer
cricketer

By

Published : Jan 21, 2020, 12:13 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲକଟୋରା ଷ୍ଟାଡିୟମରେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବୋଧିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୋଦି 'ପ୍ରେରଣା ଓ ସକାରାତ୍ମକ ଚିନ୍ତାଧାରାର ଶକ୍ତି' ଉପରେ ଚର୍ଚ୍ଚା କରୁଥିବା ସମୟରେ କ୍ରିକେଟରଙ୍କ ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ

କ୍ରିକେଟରଙ୍କ ମଧ୍ୟରେ ଅନୀଲ କୁମ୍ବଲେ, ପୂର୍ବଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଓ ଭି.ଭି.ଏସ୍‌ ଲକ୍ଷ୍ମଣଙ୍କ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜସ୍ଥାନର ୟଥଶ୍ରୀ ନାମକ ବିଦ୍ୟାର୍ଥୀ ପଚାରିଥିଲେ ଯେ, ବୋର୍ଡ ପରୀକ୍ଷାରେ ଯଦି ଆମମାନଙ୍କ ମୁଡ ଖରାପ ହୁଏ ,ତାହେଲେ ଆମେ କ'ଣ କରିବୁ ।

ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଆମେ ଜୀବନର ସମସ୍ତ ସମୟକୁ ଉତ୍ସାହ ସହ ଯୋଡି ପାରିବା । ଗୋଟିଏ ଅସ୍ଥାୟୀ ଝଟକାର ଅର୍ଥ ନୁହେଁ କି ଆମକୁ ସଫଳ ମିଳିବ ନାହିଁ । ବାସ୍ତବରେ, ଗୋଟିଏ ଝଟକା ହିଁ ଆମ ଜୀବନରେ କିଛି ଭଲ ପରିବର୍ତ୍ତନ କରିପାରେ ।

2001ର ଭାରତ- ଅଷ୍ଟ୍ରେଲିଆ ସିରିଜରେ ଦ୍ରାବିଡ ଓ ଲକ୍ଷ୍ମଣଙ୍କ 376ରନର ପାର୍ଟନରସିପ୍‌

ଉଦାହରଣ ଦେଇ ମୋଦି କହିଥିଲେ ଯେ, କ'ଣ ଆପଣମାନଙ୍କୁ ମନେ ଅଛି 2001ର ଭାରତ- ଅଷ୍ଟ୍ରେଲିଆର ଟେଷ୍ଟ ସିରିଜ । ଆମର କ୍ରିକେଟରମାନେ ଭଲ ଫର୍ମରେ ନଥିଲା । ସମସ୍ତଙ୍କ ମୁଡ ଖରାପ ଥିଲା । ସେହି ସମୟରେ ଦ୍ରାବିଡ ଓ ଲକ୍ଷ୍ମଣ ଯେପରି ଖେଳିଲେ , ଆମମାନେ ଭୁଲି ପାରିବା ନାହିଁ । ସମ୍ପୂର୍ଣ୍ଣ ମ୍ୟାଚକୁ ଓଲଟାଇ ଦେଲେ ।

ସୂଚନାଥାଉକି, 2001ରେ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ ରାହୁଲ ଦ୍ରାବିଡ ଓ ଭି.ଭି.ଏସ୍‌ ଲକ୍ଷ୍ମଣଙ୍କ ମଧ୍ୟରେ 376ରନର ପାର୍ଟନରସିପ୍‌ ହୋଇଥିଲା ।

ଆହତ ହେଲା ପରେ ବି ଗ୍ରାଉଣ୍ଡରେ ବୋଲିଂ କରିଥିଲେ ଅନୀଲ କୁମ୍ବଲେ

ସେହିପରି ଭାରତୀୟ ମହାନ୍‌ ବୋଲର ଅନୀଲ କୁମ୍ବଲେଙ୍କ ଆଉ ଏକ ଉଦାହରଣ ଦେଇ କହିଥିଲେ ଯେ, କେହି ବି ଏ କଥା ଭୁଲି ପାରିବେ ନାହିଁ ଆହତ ହେଲା ପରେ ବି ଗ୍ରାଉଣ୍ଡକୁ ଆସି ବୋଲିଂ କରିଥିଲେ ଅନୀଲ କୁମ୍ବଲେ । ଏହା ପ୍ରେରଣା ଓ ସକାରାତ୍ମକ ଚିନ୍ତାର ଶକ୍ତି ।

ABOUT THE AUTHOR

...view details