ବେଙ୍ଗାଲୁରୁ: ଆଜି ଆଇପିଏଲର ମ୍ୟାଚ ନମ୍ବର-54ରେ ଅତିଥି ହାଇଦ୍ରାବାଦ ପାଇଁ କର ବା ମର ପରିସ୍ଥିତି । କାରଣ ଦଳର ଏହା ଶେଷ ଲିଗ ମ୍ୟାଚ । 12 ପଏଣ୍ଟ ସହ 4ର୍ଥ ସ୍ଥାନରେ ଥିବା ହାଇଦ୍ରାବାଦ ମ୍ୟାଚ ଜିତିଲେ ପ୍ଲେ-ଅଫରେ ସୁଯୋଗ ବଢିବ ।
RCB vs SRH: ହାଇଦ୍ରାବାଦ ପାଇଁ କର ବା ମର ପରିସ୍ଥିତି - RCB
ଆଜି ଆଇପିଏଲର ମ୍ୟାଚ ନମ୍ବର-54ରେ ଅତିଥି ହାଇଦ୍ରାବାଦ ପାଇଁ କର ବା ମର ପରିସ୍ଥିତି । କାରଣ ଦଳର ଏହା ଶେଷ ଲିଗ ମ୍ୟାଚ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଯଦି ମ୍ୟାଚରେ ସେ ପରାଜୟ ହେଉଛି, ତେବେ ପଛରେ ଥିବା 3ଦଳ ଯଥା କୋଲକତା, ରାଜସ୍ଥାନ ଓ ପଞ୍ଜାବ ପାଇଁ ରାସ୍ତା ସଫା ହୋଇଯିବ । ସେହିପରି ଟୁର୍ଣ୍ଣାମେଣ୍ଟରେ କିଛି ଆଉ କିଛି ହରାଇ ପାଇଁ ନଥିବା ଦଳ ଆରସିବି ପାଖରେ ଶେଷ ମ୍ୟାଚ ଘରୋଇ ଗ୍ରାଉଣ୍ଡରେ । ତେବେ ମ୍ୟାଚ ଜିତି ଫ୍ୟାନ୍ସଙ୍କ ଦିଲ୍ ଜିତିବାକୁ ଚାହିଁବ ଘରୋଇ ଦଳ ।
ତେବେ ଏମ. ଚିନ୍ନା ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ସଂଧ୍ୟା 8ଟାରେ ଆରମ୍ଭ ହେବ ମ୍ୟାଚ । ତେବେ ବିଦେଶୀ ଖେଳାଳିଙ୍କ ସ୍ବଦେଶ ଫେରିବା ପରେ ହାଇଦ୍ରାବାଦ ଦଳ ପାଇଁ ମୁଣ୍ଡ ବିନ୍ଧା ବଢିଯାଇଛି ।
- ହାଇଦ୍ରାବାଦ ସମ୍ଭାବ୍ୟ ଏକାଦଶ: କେନ୍ ଓ୍ବିଲିୟମସନ (ଅଧିନାୟକ), ଭୁବନେଶ୍ୱର କୁମାର, ଦୀପକ ହୁଦା, ଡେଭିଡ ଓ୍ବାର୍ନର, ରସିଦ ଖାନ, ଜନୀ ବେୟାରଷ୍ଟୋ(ୱି), ବିଜୟ ଶଙ୍କର, ୟୁସୁଫ ପଠାନ, ଶାହାବା ନଦିମ, ସନଦୀପ ଶର୍ମା
- ବାଙ୍ଗାଲୋର ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି, ଏବି ଡିଭିଲିଲର୍ସ, ମାର୍କ ଷ୍ଟୋଇନକ୍, ପାର୍ଥିବ ପଟେଲ, ଉମେଶ ଯାଦବ, ନବଦୀପ ସାନି, ୟୁଜୁବେନ୍ଦ୍ର ଚହଲ, ପୱନ ନେଗି, ଗୁରୁକ୍ରିତ ସିଂ, କୁଲୱନ୍ତ ଖେର୍ଜୋରିଆ, ହେନରିଚ୍ କାଲସେନ୍ ।