ଓଡିଶା

odisha

ETV Bharat / sports

ଆଇପିଏଲ ଏଲିମିନେଟର୍‌: କିଏ ହେବେ ଆଉଟ‌୍‌ DC ନା SRH ? - Eliminator

ଆଜିର ମ୍ୟାଚ ନକ-ଆଉଟ ମ୍ୟାଚ । ତେଣୁ ବିଜୟ ପାଇଁ ଉଭୟ ଦଳ (ହାଇଦ୍ରାବାଦ ଓ ଦିଲ୍ଲୀ) ଜି-ଜାନ ଲଗାଇବେ ।

ଫଟୋ ସୌଜନ୍ୟ- ଟ୍ବିଟର @ipl

By

Published : May 8, 2019, 5:29 PM IST

ହାଇଦ୍ରାବାଦ: ହାଇଦ୍ରାବାଦର ଲକ୍‌ ନା ଦିଲ୍ଲୀର ଜୋସ୍‌ ? ଆଇପିଏଲ ଏଲିମିନେଟରରେ କିଏ ଜିତିବ ? DC ନା SRH ? କ୍ବାଲିଫାୟର-2ରେ ଚେନ୍ନାଇ ସହ କିଏ ଲଢିବ ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ଆଜି (ବୁଧବାର) ସନ୍ଧ୍ୟା 7.30ରୁ ଆରମ୍ଭ ହେବାକୁ ଥିବା ଏଲିମିନେଟର ମ୍ୟାଚ ପରେ ମିଳିଯିବ । ଏହି ମ୍ୟାଚ୍‌ ବିଶାଖାପାଟଣା ଷ୍ଟାଡିୟମରେ ଖେଳାଯିବ ।

ଫଟୋ ସୌଜନ୍ୟ- ଟ୍ବିଟର @ipl

ଏହା କାହାର ଘରୋଇ ଗ୍ରାଉଣ୍ଡ ନୁହେଁ । ତେଣୁ ନୂଆ ଭେନ୍ୟୁରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେସ୍‌ ରୋମାଞ୍ଚକର ହେବ । ତେବେ ଭାଗ୍ୟ ବଳରେ ପ୍ଲେ-ଅଫକୁ ଆସିଥିବା ହାଇଦ୍ରାବାଦକୁ ଯୁବ ଦିଲ୍ଲୀ ବାହିନୀର ସାମ୍ନା କରିବାକୁ ପଡିବ । ଚେନ୍ନାଇ ଓ ମୁମ୍ବାଇ ସହ ସମାନ 18ପଏଣ୍ଟ ପାଇ 3ୟ ସ୍ଥାନରେ ଥିବା ଦିଲ୍ଲୀ ଚଳିତ ସିଜିନରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାଲିଛି । 6ଟି ବିଜୟ ସହ ହାଇଦ୍ରାବଦ ପ୍ଲେ-ଅଫରେ ସ୍ଥାନ ପାଇଥିବା ବେଳେ 6ବର୍ଷ ପରେ ଦିଲ୍ଲୀ ପ୍ଲେ-ଅଫ ମ୍ୟାଚ ଖେଳିବାକୁ ଯାଉଛି । ତେଣୁ ଉଭୟ ଦଳର ଜୋସ ଖୁବ୍‌ ଉଚ୍ଚରେ ରହିଛି । ସେହିପରି ଏହା ନକ-ଆଉଟ ମ୍ୟାଚ ହୋଇଥିବାରୁ ଉଭୟ ଦଳ ନିଜର ଜି-ଜାନ ଲଗାଇବେ ।

ଫଟୋ ସୌଜନ୍ୟ- ଟ୍ବିଟର @ipl

ତେବେ ଦେଖିବାକୁ ବାକି ରହିଲା ଆଜିର ମ୍ୟାଚରେ ପୁଣିଥରେ ଲକ୍‌ ହାଇଦ୍ରାବାଦର ସାଥ୍‌ ଦେଉଛି ନା ଦମଦାର ପ୍ରଦର୍ଶନ ବଳରେ ଦିଲ୍ଲୀ ମ୍ୟାଚକୁ କବଜା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

For All Latest Updates

ABOUT THE AUTHOR

...view details