ଓଡିଶା

odisha

କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ କଲେ ବୁମରା, ପ୍ରତିକ୍ରିୟା ରଖିଲେ କୁମ୍ବଲେ

By

Published : Jan 31, 2021, 2:24 PM IST

ଜସପ୍ରୀତ ବୁମରା ଭାରତର ମହାନ ବୋଲର ଅନିଲ କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ କରିଛନ୍ତି । ତେବେ ତାଙ୍କର ନକଲ ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି କୁମ୍ବଲେ ।

ବୁମରା କଲେ  କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ, ପ୍ରତିକ୍ରିୟା ରଖିଲେ କୁମ୍ବଲେ
ବୁମରା କଲେ କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ, ପ୍ରତିକ୍ରିୟା ରଖିଲେ କୁମ୍ବଲେ

ନୂଆଦିଲ୍ଲୀ: ଭାରତର ମହାନ ବୋଲର ଅନିଲ କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ କରି ଏବେ ଚର୍ଚ୍ଚାରେ ବୁମରା । ବିସିସିଆଇ ଶନିବାର ଦିନ ବୁମରାଙ୍କ ଏକ ଭିଡିଓ ପୋଷ୍ଟ କରିଥିଲା । ଏଥିରେ ବୁମରା କୁମ୍ବେଲଙ୍କ ବୋଲିଂ ଶୈଳୀକୁ କପି କରୁଥିବାର ଦେଖିବାକୁ ମିଳିଥିଲା ।

ବୁମରା କଲେ କୁମ୍ବଲେଙ୍କ ବୋଲିଂ ଆକ୍ସନର ନକଲ, ପ୍ରତିକ୍ରିୟା ରଖିଲେ କୁମ୍ବଲେ

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ପରେ ଖୋଦ୍‌ ଅନିଲ କୁମ୍ବଲେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

କୁମ୍ବଲେ ଟ୍ବିଟ କରି କହିଛନ୍ତି ଯେ, ବହୁତ ଭଲ ବୁମ୍‌ । ତମେ ଆଗାମୀ ପିଢିର ଯୁବ ଫାଷ୍ଟ ବୋଲରଙ୍କ ପାଇଁ ପ୍ରେରଣାର ଉତ୍ସ । ସେମାନେ ତମର ନକଲ କରନ୍ତି । ଆଗାମୀ ସିଜନ ପାଇଁ ଶୁଭକାମନା ।

ସୂଚନାଥାଉକି, କୁମ୍ବଲେ 2008ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ।

ABOUT THE AUTHOR

...view details