ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିନା ଦର୍ଶକରେ ଆଇପିଏଲ ଆୟୋଜନକୁ ସମର୍ଥନ କରିଛନ୍ତି । ପାଣ୍ଡ୍ୟା କହିଛନ୍ତି ରଣଜୀ ଟ୍ରଫି ମ୍ୟାଚ ଖେଳିବା ପରି ଅନୁଭବ ହେବ । ପ୍ରତ୍ୟେକ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ଅନୁଭବ ହେବ । ତେବେ 2020 ଆଇପିଏଲ ବିନା ଦର୍ଶକରେ ଖେଳାଗଲେ ସମର୍ଥନ କରିବେ ।
ବିନା ଦର୍ଶକରେ ଆଇପିଏଲ ଆୟୋଜନକୁ ପାଣ୍ଡ୍ୟାଙ୍କ ସମର୍ଥନ
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିନା ଦର୍ଶକରେ ଆଇପିଏଲ ଆୟୋଜନକୁ ସମର୍ଥନ କରିଛନ୍ତି । ପାଣ୍ଡ୍ୟା କହିଛନ୍ତି ରଣଜୀ ଟ୍ରଫି ମ୍ୟାଚ ଖେଳିବା ପରି ଅନୁଭବ ହେବ । ପ୍ରତ୍ୟେକ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ଅନୁଭବ ହେବ ।
ବିନା ଦର୍ଶକରେ ଆଇପିଏଲ ଆୟୋଜନକୁ ପାଣ୍ଡ୍ୟାଙ୍କ ସମର୍ଥନ
ଭାରତ ସରକାର କୋରୋନା ଭାଇରସ ସଂକ୍ରମଣ ପାଇଁ ଲକଡାଉନ ମେ 3 ପର୍ଯ୍ୟନ୍ତ ଲାଗୁ କରିଛନ୍ତି । ଏହାପରେ ପ୍ରଥମେ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ଆଇପିଏଲର 13 ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ସ୍ଥଗିତ ଘୋଷଣା କରାଯାଇଛି ।
ତେବେ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଣିଷର ଜୀବନ ବିପଦରେ ପକାଇ କୌଣସି ଖେଳ ସପକ୍ଷରେ ସେ ନଥିବା ସ୍ପଷ୍ଟ କରିଛନ୍ତି ।