ହାଇଦ୍ରାବାଦ: ଅନ୍ତିମ ଭାଗରେ ଆଇପିଏଲ ସିଜିନ-12 । ଆଜି(ରବିବାର) ଖେଳାଯିବା ଫାଇନାଲ ଲଢେଇ । ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ହେବ ଟାଇଟଲ୍ ପାଇଁ ମୁକାବିଲା । ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ।
ତେବେ ଆସନ୍ତୁ ଗୋଟିଏ ନଜର ପକାଇବା ଷ୍ଟାଡିୟମ ଉପରେ । ଆମ "ଇଟିଭି ଭାରତ"ର ପ୍ରତିନିଧି ମ୍ୟାଚ ପୂର୍ବରୁ ଷ୍ଟାଡିୟମ ଓ ପିଚ୍ର ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ ।
ଭିଡିଓ ସୌଜନ୍ୟ- ସ୍ପୋର୍ଟ ଡେକ୍ସ, ଇଟିଭି ଭାରତ ଦେଖନ୍ତୁ ଭିଡିଓ-
ମ୍ୟାଚର ପୂର୍ବ ଦିନରେ ଷ୍ଟାଡିୟମର ପ୍ରସ୍ତୁତି ଜୋରଦାର ଚାଲିଛି । ପିଚରେ ଅଧିକରୁ ଅଧିକ ପାଣି ଦିଆଯାଉଥିବା ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଭୀଷଣ ଗରମ ପାଇଁ ଏପରି କରାଯାଉଥିବାର ଅନୁମାନ କରାଯାଇଛି । ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ପିଚ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଶୁଖିଲା ରହିବାକୁ ଦିଆଯିବ ନାହିଁ । ପିଚ୍କୁ ନରମ ରହିବା ଫଳରେ ରନ ଅଧିକରୁ ଅଧିକ ବନିବା ସହଜ ହେବ ।