ଓଡିଶା

odisha

ETV Bharat / sports

ଗିଲଖ୍ରୀଷ୍ଟଙ୍କ ବିରଳ ରେକର୍ଡର ସମକକ୍ଷ ପନ୍ତ

ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟଙ୍କ ପରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତରେ ଟେଷ୍ଟ ଶତକ ହାସଲ କରିଥିବା ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି ପନ୍ତ । ଅଧିକ ପଢନ୍ତୁ...

PANT BECAME SECOND WICKETKEEPER TO SCORE TEST CENTURY IN ENGLAND AUSTRALIA INDIA
ଗିଲଖ୍ରୀଷ୍ଟଙ୍କ ବିରଳ ରେକର୍ଡର ସମକକ୍ଷ ପନ୍ତ

By

Published : Mar 5, 2021, 8:42 PM IST

ଅହମ୍ମଦାବାଦ:ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶତକ ହାସଲ କରିବା ପରେ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ନାମରେ ବିରଳ ରେକର୍ଡ ଯୋଡି ହୋଇଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତରେ ଟେଷ୍ଟ ଶତକ ହାସଲ କରିଥିବା ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି ପନ୍ତ ।

ଋଷଭ ପନ୍ତଙ୍କ ଦମଦାର ଶତକୀୟ ଇଂନିସ

ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟର ଦ୍ବିତୀୟ ଦିନରେ 101 ରନର ମାରାଥନ ଇଂନିସ ଖେଳିଛନ୍ତି ପନ୍ତ । ଏହା ପନ୍ତଙ୍କ କ୍ୟାରିୟରର ତୃତୀୟ ଶତକ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟଙ୍କ ନାମରେ ରହିଥିଲା ।

ଏତିସହ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ତୃତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି ପନ୍ତ । ରିଦ୍ଧିମାନ ଶାହା ପୂର୍ବରୁ 50ଟି ଟେଷ୍ଟରୁ 3ଟି ଶତକ ହାସଲ କରିଛନ୍ତି । ଏହି ତାଲିକାରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି । 144 ଇଂନିସରୁ 6ଟି ଶତକ ଧୋନିଙ୍କ ନାମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details