ଓଡିଶା

odisha

ETV Bharat / sports

ବିଶ୍ବକପ: ୨୩ ଜଣିଆ ପାକିସ୍ତାନ ସମ୍ଭାବ୍ୟ ଦଳ ଘୋଷିତ

ବିଶ୍ବକପ ପାଇଁ ୨୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ।

By

Published : Apr 5, 2019, 11:10 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଦୁବାଇ: ବିଶ୍ବକପ ପାଇଁ ୨୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ତେବେ ଫିଟନେସ ଟେଷ୍ଟ ପାଇଁ ଏହି 23 ଜଣିଆ ଦଳ ଘୋଷିତ ହୋଇଥିବା ସୂଚନା ଦେଇଛି ପିସିବି। ମେ 30ରୁ ଇଂଲଣ୍ଡ ଓ ୱେଲ୍ସରେ ଆରମ୍ଭ ହେବ ଆଇସିସି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ।

ତେବେ ଏକ ପ୍ରେସ ବିଜ୍ଞପ୍ତିରେ ପିସିବି କହିଛି, ଏହି ଫିଟନେସ୍ ଟେଷ୍ଟ ଏପ୍ରିଲ ୧୫ ଓ ୧୬ ତାରିଖରେ ଲାହୋର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଆୟୋଜିତ ହେବ। ଏହା ପରେ ଏପ୍ରିଲ 18ତାରିଖେର ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା ହୋଇପାରେ।

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ ଟିମ୍ ଆସନ୍ତା ୨୩ ତାରିଖରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ । ବିଶ୍ବକପ ପୂର୍ବରୁ ପାକିସ୍ତାନ ସେଠାରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ

ପାକିସ୍ତାନ ସମ୍ଭାବ୍ୟ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆବିଦ୍ ଅଲୀ, ଆସିଫ୍ ଅଲୀ, ଫହୀମ୍ ଅସରଫ୍, ଫକର ଜମାନ୍, ହାରିସ୍ ସୋହେଲ୍, ହାସାନ୍ ଅଲୀ, ଇମାଦ ୱାସିମ, ଇମାମ-ଉଲ-ହକ୍, ଜୁନେଦ୍ ଖାନ୍, ମହମ୍ମଦ ଆବାସ, ମହମ୍ମଦ ଆମୀର, ମହମ୍ମଦ ହଫିଜ୍, ମହମ୍ମନ ହସନେନ୍, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍, ଶାଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ଶାନ୍ ମସୁଦ୍, ଶୋହେବ୍ ମଲିକ୍, ଉସାମନ୍ ଶିନୱାରୀ, ୟାସିର୍ ଶାହ।

For All Latest Updates

ABOUT THE AUTHOR

...view details