ମୁମ୍ବାଇ: ଆସନ୍ତା 24ତାରିଖରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ । ଏଥିପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ବେଳେ ଆଜି (ମଙ୍ଗଳବାର) 16ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଟି-20 ଦଳରେ ଆହତ ଶିଖର ଧୱନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଦିନିକିଆରେ ପୃଥୀ ଶ'ଙ୍କୁ ସ୍ଥାନ ମିଳିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ପୃଥୀ ଶ' - ଫେରିଲେ ପୃଥୀ ଶ'
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ପୃଥୀ ଶ'
23:08 January 21
ବାଦ ପଡିଲେ ଗବ୍ବର
ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ । ତେବେ ଧୱନଙ୍କୁ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଚୟନ କରାଯାଇଥିଲା । କିନ୍ତୁ ଆହତ କାରଣରୁ ସେ ଦଳରୁ ବାଦ ପଡିଛନ୍ତି ।
21:21 January 21
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ 5ଟି ଟି-୨୦ମ୍ୟାଚ, 2ଟି ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ତେବେ ଟି-20 ସିରିଜର ପ୍ରଥମ ମ୍ୟାଚ୍ 24 ତାରିଖରେ ଖେଳାଯିବ ।
- ଦିନିକିଆ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ପୃଥ୍ବି ଶ’, ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, କେଦାର ଯାଦବ ।
- ଟି-20 ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ୍ ଆୟର୍, ସଞ୍ଜୁ ସାମସନ, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ।
Last Updated : Jan 21, 2020, 11:24 PM IST