ଓଡିଶା

odisha

ETV Bharat / sports

ରଣଜୀ ଲଢେଇ: ଦ୍ବିତୀୟ ଦିନରେ ଦୃଢ ସ୍ଥିତିରେ ଓଡିଶା

ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଛି ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ଲଢେଇ । ତେବେ 2ୟ ଦିନରେ ଓଡିଶା ଦଳର ସ୍ଥିତି ମଜବୁତ ରହିଛି । ଓଡିଶା 100ରୁ ଅଧିକ ରନରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

By

Published : Jan 20, 2020, 3:06 PM IST

OD Vs J&K Ranjy Trophy
ରଣଜୀ ଲଢେଇ

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଛି ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ଲଢେଇ । ତେବେ 2ୟ ଦିନରେ ଓଡିଶା ଦଳର ସ୍ଥିତି ମଜବୁତ ରହିଛି । ପ୍ରଥମେ ଇଂନିସରେ ଓଡିଶା 161 ରନରେ ଅଲଆଉଟ ହୋଇଥିଲା । ଜବାବରେ ପ୍ରଥମ ଇଂନିସରେ ଜାମ୍ମୁକାଶ୍ମୀର ମାତ୍ର 124 ରନ କରିପାରିଥିଲା । ଓଡିଶା ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଜାମ୍ମୁକାଶ୍ମୀର ବ୍ୟାଟ୍ସମ୍ୟାନ । ଦଳର 6 ଜଣ ବ୍ୟାଟ୍ସମ୍ୟାନ 2 ଅଙ୍କ ଛୁଇଁ ପାରିନଥିଲେ ।

ଓଡିଶା ପକ୍ଷରୁ ଭେଟେରାନ ବସନ୍ତ ମହାନ୍ତି 4ଟି, ଦେବବ୍ରତ ପ୍ରଧାନ 3ଟି ୱିକେଟ ହାସଲ କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ 2ଟି ଓ ରାଜେଶ ମହାନ୍ତି ଗୋଟିଏ ୱିକେଟ ହାସଲ କରିଥିଲା । 2ୟ ଇଂନିସରେ ଓଡିଶାର ବ୍ୟାଟିଂ ଜାରି ରହିଥିବାବେଳେ, 100ରୁ ଅଧିକ ରନରେ ଆଗୁଆ ରହିଛି ।

ABOUT THE AUTHOR

...view details