ଓଡିଶା

odisha

ETV Bharat / sports

ମୁଣ୍ଡ ଉପରେ ଓସିଏ ନିର୍ବାଚନ, ମିଳୁନାହାଁନ୍ତି ନିର୍ବାଚନ ଅଧିକାରୀ - ନିର୍ବାଚନ ଅଧିକାରୀ

ନିର୍ବାଚନ ତାରିଖ ଆଗାମୀ ସେପ୍ଟେମ୍ବର 14 ସ୍ଥିର ହୋଇଛି । ତେବେ ନିର୍ବାଚନ ଅଧିକାରୀ ସ୍ଥିର ହୋଇ ପାରୁନଥିବାରୁ ଏବେ ଚିନ୍ତାରେ ଓସିଏ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ- ସମ୍ବାଦାଦାତା କଟକ

By

Published : Aug 18, 2019, 5:03 AM IST

କଟକ: ଏବେବି ଅନିଶ୍ଚିତତା ଘେରରେ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ନିର୍ବାଚନ । ଘୋଷଣା ସରିଛି ନିର୍ବାଚନୀ ତାରିଖ । କିନ୍ତୁ ଏଜାବତ ସ୍ଥିର ହୋଇପାରିଲାନି କିଏ ହେବ ନିର୍ବାଚନ ଅଧିକାରୀ । ତେବେ ଏବେ ସର୍ବସାଧରଣରେ ପ୍ରଶ୍ନ ଉଠୁଛି "ଚଳିତ ବର୍ଷ ଓସିଏ ନିର୍ବାଚନ ସମ୍ଭବ ତ? "

ଭିଡିଓ ସୌଜନ୍ୟ- ସମ୍ବାଦାଦାତା କଟକ

ଉଲ୍ଲେଖଥାଉ କି, ନିର୍ବାଚନ ତାରିଖ ଆଗାମୀ ସେପ୍ଟେମ୍ବର 14 ସ୍ଥିର ହୋଇଛି । ତେବେ ନିର୍ବାଚନ ଅଧିକାରୀ ସ୍ଥିର ହୋଇ ପାରୁନଥିବାରୁ ଏବେ ଚିନ୍ତାରେ ଓସିଏ କର୍ତ୍ତୃପକ୍ଷ । ଓଡିଶାରୁ 3 ଅଧକାରୀ ମନା କରିବା ପରେ ବେଙ୍ଗଲ, ବିହାର ଓ ଆନ୍ଧ୍ରପ୍ରଦେଶ କ୍ରିକେଟ ସଂଘର ସହାୟତା ଲୋଡିଛି ଓସିଏ । ତେବେ ଆଗାମୀ ଦିନମାନଙ୍କରେ ଏହି ଅସୁବିଧାର ଅନ୍ତଃ ଘଟିବା ନିଶ୍ଚିତ ବୋଲି କହିଛନ୍ତି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ ପଲେଇ ।

ଅନ୍ୟପଟେ ଯଦି ନିର୍ବାଚନ ନହୁଏ ତେବେ ଓଡିଶା କ୍ରିକେଟର ଭାଗ୍ୟ ଅନ୍ଧକାରକୁ ଚାଲିଯିବ ବୋଲି କହିଛନ୍ତି ପୁର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । କାରଣ ବର୍ତ୍ତମାନ ଓସିଏର ଯାହା ସ୍ଥିତି ରହିଛି ତାହା ବେଶ ନୈରାଶ୍ୟଜନକ । ସବୁ ରାଜ୍ୟ କ୍ରିକେଟ ସଙ୍ଘ ଅପେକ୍ଷା ଓସିଏ ସବୁଠୁ ପଛରେ ରହିଛି । ତେବେ ଖୁବ ଶୀଘ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ନିର୍ବାଚନ ହେବା ସହ ଓଡିଶା ଖେଳାଳିଙ୍କ ଭାଗ୍ୟ ମଧ୍ୟ ଫିଟି ପାରିବ ବୋଲି କହିଛନ୍ତି ପବନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details