ଓଡିଶା

odisha

ETV Bharat / sports

ବିସିସିଆଇ ଉପରେ ସଚିନ ଖପ୍ପା

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ବିସିସିଆଇ ଉପରେ ଖୁସି ନାହାଁନ୍ତି ।

By

Published : May 5, 2019, 10:29 PM IST

ନୂଆଦିଲ୍ଲୀ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ବିସିସିଆଇ ଉପରେ ଖୁସି ନାହାଁନ୍ତି । କଥାଟା ଅଡୁଆ ଲାଗୁଥିଲେ ବି ସତ । ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଆଇକନ ଖେଳାଳି ହେବାକୁ ନେଇ ବିବାଦ ଦେଖାଦେଇଛି ।

ସଚିନ କ୍ରିକେଟ ଆଡଭାଇଜରୀ କମିଟିରେ ଅଛନ୍ତି । ସଚିନଙ୍କ ସହ ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣ ମଧ୍ୟ କମିଟିର ସଦସ୍ୟ ଅଛନ୍ତି । ବିସିସିଆଇର ଏକ ସ୍ବତନ୍ତ୍ର କମିଟିରେ ଥାଇ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବା ନେଇ ପ୍ରଶ୍ନ ଉଠିଛି ।

ଏନେଇ ବିସିସିଆଇର ଆଚରଣବିଧି ଅଫିସର ଡିକେ ଜେନ, ସଚିନ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନୋଟିସ କରିଥିଲେ । ଏହି ଅଭିଯୋଗକୁ ତିନି ପୂର୍ବତନ ଖେଳାଳି ଖଣ୍ଡନ କରିଛନ୍ତି ।
ସଚିନ 2013ରୁ ମୁମ୍ବାଇ ଇଣ୍ଡିଆନ୍ସର ଆଇକନ ପଦରେ ନାହାଁନ୍ତି । ବର୍ଷ 2015ରେ ସେ କ୍ରିକେଟ ଆଡଭାଇଜରୀ କମିଟିରେ ସଦସ୍ୟ ହୋଇଛନ୍ତି ବୋଲି କହିଛନ୍ତି ।
ଏମିତିକି ପୁଅ ଅର୍ଜୁନଙ୍କ 19 ବର୍ଷରୁ କମ ଦଳରେ ଚୟନ ହେବାନେଇ କୈାଣସି ଭୁମିକା ନଥିବା ସଚିନ ସ୍ପଷ୍ଟ କରିଛନ୍ତି । ଏ ସବୁ ମାମଲାରେ ବିସିସିଆଇ ସତ୍ୟଭିତ୍ତିକ ସ୍ପଷ୍ଟକରିବା ଦରକାର କହିଛନ୍ତି ସଚିନ ।

ABOUT THE AUTHOR

...view details