ଓଡିଶା

odisha

By

Published : Jul 5, 2020, 5:57 PM IST

ETV Bharat / sports

ପାକିସ୍ତାନ କ୍ରିକେଟ ଦଳ ଜର୍ସି ପାଇଁ ମିଳୁ ନାହାଁନ୍ତି ପ୍ରାୟୋଜକ

ପାକିସ୍ତାନ କ୍ରିକେଟ ଦଳର ଅଫିସିଆଲ୍ସ ସ୍ପୋନ୍ସର ଥିବା ମୃଦୁ ପାନୀୟ ପେପସୀ ଚୁକ୍ତି ଗତ ମାସରେ ଶେଷ ହୋଇସାରିଛି । ତେଣୁ ବର୍ତ୍ତମାନ ଦଳ ଜର୍ସି ତଥା ଟ୍ରେନିଂ କିଟ୍‌ ଉପରେ ଲାଗିବା ପାଇଁ କୌଣସି ସ୍ପୋନ୍ସର ନାହିଁ ।

no-jersey-sponsor-for-pakistan-cricket-team-currently-on-tour-of-england
ପାକିସ୍ତାନ କ୍ରିକେଟ ଦଳ ଜର୍ସି ପାଇଁ ମିଳୁ ନାହାନ୍ତି ପ୍ରାୟୋଜକ

ହାଇଦ୍ରାବାଦ: ଅନେକ ସମସ୍ୟା ଦେଇ ଏବେ ଗତି କରୁଛି ପାକିସ୍ତାନ କ୍ରିକେଟ ଦଳ । ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳର 10 ଖେଳାଳି କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଆଉ ଏବେ ଦଳ ଇଂଲଣ୍ଡ ପହଞ୍ଚିବା ପରେ ଦଳୀୟ ଜର୍ସି ପାଇଁ ମିଳୁନାହିଁ ପ୍ରାୟୋଜକ(ସ୍ପୋନ୍ସର) । ଏହା ଏକ ଲଜ୍ଜାଜନକ ବିଷୟ ପାଲଟିଛି ।

ଉଲ୍ଲେଖଥାଉ କି, ପାକିସ୍ତାନ କ୍ରିକେଟ ଦଳର ଅଫିସିଆଲ୍ସ ସ୍ପୋନ୍ସର ଥିବା ମୃଦୁ ପାନୀୟ ପେପ୍‌ସିର ଚୁକ୍ତି ଗତ ମାସରେ ଶେଷ ହୋଇସାରିଛି । ତେଣୁ ବର୍ତ୍ତମାନ ଦଳ ଜର୍ସି ତଥା ଟ୍ରେନିଂ କିଟ୍‌ ଉପରେ ଲାଗିବା ପାଇଁ କୌଣସି ସ୍ପୋନ୍ସର ନାହିଁ । ଅନ୍ୟପଟେ ପେପସୀ ତାର ଚୁକ୍ତିକୁ ଚଳିତ କ୍ରିକେଟ ଋତୁ ପାଇଁ ପୁନର୍ବାର ରଖିବାକୁ ଚାହୁଁ ନାହିଁ । ଯାହା ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାଇଁ ମୁଣ୍ଡ ବିନ୍ଧା କାରଣ ପଲଟିଛି ।

ପାକିସ୍ତାନ କ୍ରିକେଟ ଦଳ ଜର୍ସି ପାଇଁ ମିଳୁ ନାହାନ୍ତି ପ୍ରାୟୋଜକ

ଦଳର ମୁଖ୍ୟ ପ୍ରଶିକ୍ଷକ ମିସବାହ-ଉଲ-ହକ ପାକିସ୍ତାନର ପ୍ରଶିକ୍ଷଣ ଅଧିବେଶନରେ ପୂର୍ବ ପ୍ରୟୋଜକ ଲୋଗୋ ଲାଗିଥିବା ଏକ ପୁରୁଣା ସ୍ବେଟର ପିନ୍ଧିଥିବାର ନଜର ଆସିଥିଲେ । ସେହିପରି ବର୍ତ୍ତମାନ ପାକିସ୍ତାନର କ୍ରିକେଟ କିଟ୍‌ରେ କେବଳ ପିସିବିର ଲୋଗ ରହିଛି । ଏହା ଛଡା ଅନ୍ୟ କୌଣସି ଘରୋଇ ସଂସ୍ଥା ଦଳର କିଟ୍‌କୁ ପ୍ରାୟୋଜିତ କରୁନାହିଁ । ତେବେ କିଛି ଦିନ ତଳେ ହୋଇଥିବା ବିଡିଂ ପ୍ରକ୍ରିୟାରେ କେବଳ ଗୋଟିଏ କମ୍ପାନୀ ପ୍ରାୟୋଜକ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ, ବିଡିଂ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ପୂର୍ବ ଚୁକ୍ତି ତୁଳନାରେ ମାତ୍ର 30 ପ୍ରତିଶତ ମୂଲ୍ୟ ଦେବାକୁ ରାଜି ହୋଇଥିଲା । ତେବେ ପ୍ରାୟୋଜକମାନଙ୍କ ଅଭାବକୁ ନେଇ ପିସିବି ଚିନ୍ତିତ ଥିବାବେଳେ ବୋର୍ଡର ମାର୍କେଟିଂ ବିଭାଗ ଏହି କୋରୋନା ମହାମାରୀକୁ ପ୍ରାଥମିକ କାରଣ ବୋଲି କହିଛି ।

ତେବେ ବୋର୍ଡ ମୁଖପାତ୍ର ଆଶାବାଦୀ ଅଛନ୍ତି ଯେ ସେମାନେ ଇଂଲଣ୍ଡ ସିରିଜ୍ ଆରମ୍ଭ ପୂର୍ବରୁ ବୋର୍ଡରେ ପ୍ରାୟୋଜକ ପାଇବେ । ଖେଳାଳିମାନେ ମଧ୍ୟ ଏହି ପ୍ରାୟୋଜକ ଚୁକ୍ତିରୁ ଏକ ଅନୁପାତରେ ଟେଷ୍ଟ ମ୍ୟାଚରୁ 450, 000 ଏବଂ ଦିନିକିଆ ମ୍ୟାଚରୁ ଓ ଟି-20 ମ୍ୟାଚରୁ 225,000 ଟଙ୍କା ପାଇବେ ।

ପାକିସ୍ତାନ କ୍ରିକେଟ ଦଳ ଜର୍ସି ପାଇଁ ମିଳୁ ନାହାନ୍ତି ପ୍ରାୟୋଜକ

ତେବେ ଅଜହର ଅଲିଙ୍କ ନେତୃତ୍ୱାଧୀନ ଦଳ ଅଗଷ୍ଟ 5ରୁ ମଞ୍ଚେଷ୍ଟରରେ ସେମାନଙ୍କର ରେଡ-ବଲ୍ ଅଭିଯାନ ଆରମ୍ଭ କରିବେ । ସାଉଥମ୍ପଟନରେ ଅବଶିଷ୍ଟ ଦୁଇଟି ମ୍ୟାଚ ଯଥାକ୍ରମେ 13 ଏବଂ 21ରୁ ଆରମ୍ଭ ହେବ । ଟେଷ୍ଟ ସିରିଜ୍ ପରେ, ଦଳ ଅଗଷ୍ଟ 29, 31 ଏବଂ ସେପ୍ଟେମ୍ବର 2 ରେ ସାଉଥମ୍ପଟନରେ 3ଟି ଟି-20 ମ୍ୟାଚ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details