ୱେଲିଂଟନ:ୱେଷ୍ଟଇଣ୍ଡିଜ ବିପକ୍ଷ 2 ଟିକିଆ ଟେଷ୍ଟ ସିରିଜକୁ 2-0ରେ ମୂଳପୋଛ କଲା ନ୍ୟୁଜିଲାଣ୍ଡ । ଦ୍ବିତୀୟ ଟେଷ୍ଟକୁ ଗୋଟିଏ ଇଂନିସ ଓ 12ରନରେ ଜିତିନେଇଛି କିୱି ଦଳ । ହେନରୀ ନିକୋଲାସ ଅନ୍ତର୍ଜାତୀୟ କ୍ୟାରିୟରର ଶ୍ରେଷ୍ଠ 174 ରନର ଇଂନିସ ଖେଳିବା ସହ ପ୍ଲେଆର ଅଫ ଦ ମ୍ୟାଚ ହୋଇଛନ୍ତି ।
ୱେଷ୍ଟଇଣ୍ଡିଜ ମ୍ୟାଚର 4ର୍ଥ ଦିନ 244-6ରୁ ଅସମାପ୍ତ ଦ୍ବିତୀୟ ଇଂନିସ ଆରମ୍ଭ କରିଥିଲା । ତେବେ 317 ରନରେ ଭ୍ରମଣକାରୀ ଇଣ୍ଡିଜ ଦଳ ସମସ୍ତ ୱିକେଟ ହରାଇଥିଲା । ପରେ ସୋମବାର ବର୍ଷା ଯୋଗୁଁ ମ୍ୟାଚ ଆରମ୍ଭରେ କିଛି ସମୟ ବିଳମ୍ବ ହୋଇଥିଲା । ତେବେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ମ୍ୟାଚ ଜିତିନେଇଛି ।