ଓଡିଶା

odisha

ETV Bharat / sports

ଆଇପିଏଲ: ପ୍ଲେ-ଅଫ ପାଇଁ ନୂଆ ସମୀକରଣ - ipl

ଆଜି ମ୍ୟାଚରେ ବିଜୟ ହେଲେ ଦୁଇ ପଏଣ୍ଟ ସହ ସହ ହାଇଦ୍ରାବାଦକୁ ଅତିକ୍ରମ କରି 4ର୍ଥ ଟିମ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ କେକେଆର । ଆଉ ଯଦି ମ୍ୟାଚ ହାରୁଛି, ତେବେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ପ୍ରଥମ ଟିମ ହେବ ଯେ 12 ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପାଇବ ।

ଡିଜାଇନ ଫଟୋ

By

Published : May 5, 2019, 2:32 PM IST

ହାଇଦ୍ରାବାଦ: 44 ଦିନ 54ଟି ମ୍ୟାଚ । ଶେଷ ହେବାକୁ ଯାଉଛି ଆଇପିଏଲର ଲିଗ ପର୍ଯ୍ୟାୟ । ଶେଷ ଦିନରେ ରୋମାଞ୍ଚକ ମୋଡକୁ ଆସିଯାଇଛି ଆଇପିଏଲ । ତେବେ ଗତ 11ସିଜନ ପରି ଚଳିତଥର ମଧ୍ୟ ଶେଷ ଦିନରେ ହିଁ ଡିସାଇଡ ହେବ ପ୍ଲେ-ଅଫ ସ୍ପଟ । ଏଥି ସହିତ କେଉଁ ଦୁଇ ଦଳ ଟପ ସ୍ପଟରେ ଖେଳିବେ ତାହା ସ୍ଥିର କରିବ ଆଜିର ଶେଷ ମ୍ୟାଚ ।

ତେବେ ଗତକାଲିର 2ୟ ମ୍ୟାଚରେ ହାଇଦ୍ରବାଦକୁ 4 ୱିକେଟରେ ପରାସ୍ତ କରିଛି ବିରାଟ ଆଣ୍ଡ କମ୍ପନୀ । ଆଉ ନିଜର ଯାତ୍ର ଶେଷ କରିବା ସହ ହାଇଦ୍ରାବାଦର ପ୍ଲେ-ଅଫ ରାସ୍ତା ମୁସକିଲ କରି ଯାଇଛି ଆରସିବି । ହାଇଦ୍ରାବାଦର ଏହି ପରାଜୟ ପରେ ଆଇପିଏଲ ପ୍ଲେ-ଅଫର ସମୀକରଣ ଏମିତି କିଛି ବଦଳି ଯାଇଛି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ୍‌

ତେବେ ଆସନ୍ତୁ ନଜର ପକାଇବା ଆଇପିଏଲ ପଏଣ୍ଟ ତାଲିକା ଉପରେ । ଆଉ ଦେଖିବା ପ୍ଲେ-ଅଫ ପାଇଁ କଣ ରହିଛି କଣ ରହିଛି ଏହି ନୂଆ ସମୀକରଣ ।

ପ୍ଲେ-ଅଫ ପାଇଁ ଉତିନ୍ନ ହୋଇଥିବା ତିନୋଟି ଟିମ୍‌ ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଯଥାକ୍ରମେ 1ମ, 2ୟ ଓ 3ୟ ସ୍ଥାନରେ ରହିଛନ୍ତି । ସେହିପରି 14ଟି ମ୍ୟାଚରୁ 6ଟି ବିଜୟ ଓ 8ଟି ପରାଜୟ ସହ 12ପଏଣ୍ଟ ପାଇ 4ର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ । ଅନ୍ୟପଟେ ସମାନ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି କୋଲକାତା ।

ତେବେ କେକେଆର ହାତରେ ଅଛି ଆଜିର ମ୍ୟାଚ । ଆଉ ଯାହାକୁ ସେ ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାଙ୍ଖଡେ ଷ୍ଟାଡିୟମରେ ଲଢିବାକୁ ଯାଉଛି । ମ୍ୟାଚରେ ବିଜୟ ହେଲେ ଦୁଇ ପଏଣ୍ଟ ସହ ସହ ହାଇଦ୍ରାବଦକୁ ଅତିକ୍ରମ କରି 4ର୍ଥ ଟିମ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ କେକେଆର । ଆଉ ଯଦି ମ୍ୟାଚ ହାରୁଛି, ତେବେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ପ୍ରଥମ ଟିମ ହେବ ଯେ 12 ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପାଇବ ।

କାରଣ ଗତକାଲି ପ୍ରଥମ ମ୍ୟାଚରେ ଦିଲ୍ଲୀଠାରୁ ପରାସ୍ତ ହୋଇ ରାଜସ୍ଥାନ ନିଜର ଆଇପଇଏଲ ଯାତ୍ରା ଶେଷ କରିସାରିଛି । ସେହିପରି 10 ପଏଣ୍ଟ ସହ ତାଲିକାର ଶେଷରେ ଥିବା ପଞ୍ଜାବ ମ୍ୟାଚ ଜିତିଲେ ମଧ୍ୟ ପ୍ଲେ-ଅଫ ଯୋଗ୍ୟତା ହାସଲ କରି ପାରିବ ନାହିଁ ପଞ୍ଜାବ । ତେଣୁ ଆଜିର ଶେଷ ମ୍ୟାଚ ହିଁ ସ୍ଥିର କରିବାକୁ ଯାଉଛି ଏହି ଦୁଇ ଦଳ ମଧ୍ୟରୁ କେଉଁ ଟିମକୁ ମିଳିବ ପ୍ଲେ-ଅଫ ଟିକେଟ, ସନରାଇଜର୍ସ ହାଇଦ୍ରାବାଦା ନା ଶାହାରୁଖ ଖାନଙ୍କ କେକେଆର ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details