ଓଡିଶା

odisha

ETV Bharat / sports

ଆଇପିଏଲ-12: ଶେଷ ବଲରେ ମୁମ୍ବାଇକୁ ବିଜୟ ଭେଟି ଦେଲେ ଜୋସେଫ - ipl

ବିପକ୍ଷ ପଞ୍ଜାବ ଦେଇଥିବା 198ରନକୁ ପଶ୍ଚାତଧାବନ କରି ଶେଷ ବଲରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ 20 ଓଭରରେ 7ୱିକେଟ ହରାଇ 198ରନ କରି ପାରିଛି ଘରୋଇ ଦଳ ।

ଫଟୋ ସୌଜନ୍ୟ- ଟ୍ବଟର @mumbai indians

By

Published : Apr 11, 2019, 6:44 AM IST

ମୁମ୍ବାଇ: ରୋମାଞ୍ଚକ ପୂର୍ଣ୍ଣ ମୁକାବିଲାରେ ବାଜିମାତ କରିଛି ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ । 3 ୱିକେଟରେ ଅତିଥି ପଞ୍ଜାବକୁ ଦେଇଛି ମାତ । ମ୍ୟାଚର ହିରୋ ସାଜିଛନ୍ତି କାମଚଳା ଅଧିନାୟକ କାଇରନ ପୋଲାଡ । 31ବଲରୁ 83 ରନର ବିସ୍ଫୋରକ ପାଳି ସହିତ ଦଳକୁ ବିଜୟ ଦ୍ବାରରେ ଆଣି ଠିଆ କରି ଦେଲେ ପୋଲାଡ । ପରେ ଶେଷ ଓଭରରେ ଆବଶ୍ୟକ 16ରନ ଯୋଡି ମ୍ୟାଚରେ ଦଳକୁ ବିଜୟ କରିଛନ୍ତି ଶେଷ ମ୍ୟାଚରେ 6 ୱିକେଟ ହଲ ନେଇଥିବା ଆଲଜାରୀ ଜୋସେଫ ।

ବିପକ୍ଷ ପଞ୍ଜାବ ଦେଇଥିବା 198ରନକୁ ପଶ୍ଚାତଧାବନ କରି ଶେଷ ବଲରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ 20 ଓଭରରେ 7ୱିକେଟ ହରାଇ 198ରନ କରି ପାରିଛି ଘରୋଇ ଦଳ ।

ଫଟୋ ସୌଜନ୍ୟ- ଟ୍ବଟର @mumbai indians

ସୂଚନାଥାଉ ଆହାତ କାରଣରୁ ବିଶ୍ରାମ ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ତାଙ୍କ ସ୍ଥାନରେ ଡି କକ୍‌ଙ୍କ ସହ ଓପନିଙ୍ଗ କରିବାକୁ ପଡିଆକୁ ଆସିଥିଲେ ସିଦ୍ଧେଶ ଲାଡ । ମାତ୍ର ଦୁଇ ଓପନର ଚାଲିନଥିଲେ । ପ୍ରଥମ ୱିକେଟ ପାଇଁ ମାତ୍ର 28ରନ ଯୋଡିଥିଲେ ଦୁହେଁ । ସେହିପରି ଦଳୀୟ ସ୍କୋର 56 ରନରେ ସୁର୍ଯ୍ୟ କୁମାର ଆଉଟ ହେବା ଦଳକୁ ଲାଗିଥିଲା ବଡ ଝଟକା । ପରେ ପଡିଆକୁ ଆସି କାମଚଳା ଅଧିନାୟକ କରିଥିଲେ ନିଜର କର୍ତ୍ତବ୍ୟ । ପୋଲାଡ 10ଛକା ଓ 3ଟି ଚୌକା ସହ 31 ବଲରୁ 83ରନ ପାଳି ଖେଳି ଦଳକୁ ବିଜୟ ଦ୍ବାରରେ ଆଣି ଠିଆ କରିଦେଲେ ।

ମାତ୍ର ଏହି ହାଇ ସ୍କୋରିଙ୍ଗ ଗେମରେ ଦଳକୁ ଶେଷ ପର୍ଯ୍ୟନ୍ତ ନେବା ପୂର୍ବରୁ ଆଉଟ ହୋଇଗଲେ ପୋଲାଡ । 20ତମ ଓଭରରେ ଅଙ୍କିତ ରାଜପୁତଙ୍କ ବଲକୁ ଛକା ମାରିବାକୁ ପ୍ରୟାସ କରି ଡେଭିଡ ମିଲରଙ୍କ ହାତାରେ କ୍ୟାଚ ଆଉଟ ହୋଇ ପାଭେଲିଅନକୁ ଫେରିଥିଲେ ସେ । ଶେଷରେ ଗୋଟିଏ ବଲରେ ଘୋରଇ ଦଳକୁ ଦରକାର ଥିଲା ଦୁଇ ରନ । ଅଙ୍କିତ ବଲରେ ଏକ ଲମ୍ବା ସର୍ଟ ଖେଳି ଦୁଇ ରନ ନେବାକୁ ସକ୍ଷମ ହୋଇଥଲେ ଜୋସେଫ । ଆଉ ଏହି ହାଇ ସ୍କୋରିଂ ଗେମରେ ଦଳକୁ ଭେଟି ଦେଲେ ବିରାଟ ବିଜୟ ।

ଫଟୋ ସୌଜନ୍ୟ- ଟ୍ବଟର @mumbai indians

ତେବେ ୱାଙ୍ଖଡେ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଦଳ । ମାତ୍ର ଘରୋଇ ଦଳର ଗେମ ଷ୍ଟାର୍ଜେଜିକୁ ଭୁଲ ପ୍ରମାଣିତ କରିଥିଲେ ପଞ୍ଜାବର ଲୋକେଶ ରାହୁଲ । ଓପନର କ୍ରିସ ଗେଲଙ୍କ ସହ ମିଶି ଦଳକୁ ଭଲ ଆରମ୍ଭ ଦେଇଥିଲେ ରାହୁଲ । ଏହି ମ୍ୟାଚରେ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ଓ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୭ ରନ୍ କରିଥିଲା ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details