ନୂଆଦିଲ୍ଲୀ: ‘ମିଡିଆ ମୋତେ ନେଇ କଣ୍ଟ୍ରୋଭର୍ସି ତିଆରି କରୁଛି । ମାହି ଭାଇଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ।’ (ମଙ୍ଗଳବାର)ଗତକାଲିର ନିଜର ବୟାନ ଉପରେ ବୁଧବାର ସୋସିଆଲ ମିଡିଆରେ ମତ ରଖିଛନ୍ତି ଭାରତୀୟ ଚାଇନା ମ୍ୟାନ ସ୍ପିନର କୁଲଦୀପ ଯାଦବ । ସେ କହିଛନ୍ତି ମୁଁ କହିଥିବା କଥାକୁ ଅନର୍ଥ କରୁଛି ମିଡିଆ ।
‘ମିଡିଆ ମୋ କଥାକୁ ଅନର୍ଥ କରୁଛି’ - Kuldeep Yadav
ମିଡିଆ ମୋତେ ନେଇ କଣ୍ଟ୍ରୋଭର୍ସି ତିଆରି କରୁଛି ଓ ମାହି ଭାଇଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି କହି ନିଜର ପକ୍ଷ ରଖିଛନ୍ତି କ୍ରିକେଟର କୁଲଦ୍ବୀପ ଯାଦବ ।
ତେବେ ମଙ୍ଗଳବାର CEAT କ୍ରିକେଟ ରେଟିଂ ଆୱାର୍ଡରେ ଆଇପିଏଲର ଫାଇନାଲ ମ୍ୟାଚରେ ଧୋନିଙ୍କ ନିଷ୍ପତ୍ତିକୁ ନେଇ କୁଳଦୀପଙ୍କୁ ପ୍ରଶ୍ନ କରାଯିବାରୁ ସେ ଏମିତି ଉତ୍ତର ରଖିଥିଲେ । ସେ କହିଥିଲେ, ‘ବହୁବାର ଧୋନି ଭୁଲ ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆପଣ ତାଙ୍କ ନିଷ୍ପତ୍ତିକୁ ଭୁଲ ବୋଲି ବିବେଚନା କରି ପାରିବେ ନାହିଁ । ଧୋନି ପଡିଆରେ ବହୁ କମ କଥାବାର୍ତ୍ତା କରିଥାନ୍ତି । ଓଭରର ମଝିରେ ସେ କିଛି କହିଥାନ୍ତି । କାରଣ ତାଙ୍କୁ ଏହା ଲାଗେ କିଛି ଏମିତି କରିବା ଫଳରେ ବୋଲରଙ୍କୁ ଫାଇଦା ମିଳିପାରେ ।’
ତେବେ ବୁଧବାର ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରିରେ ଲେଖିଛନ୍ତି ଯେ ‘ମୋ କଥାକୁ ଅନର୍ଥ କରାଯାଉଛି । ମୁଁ କେବେ ବି ଧୋନି ଭାଇଙ୍କ ବିଷୟରେ ଏମିତି କହିପାରିବି ନାହିଁ ।ଏହା ସମ୍ପୂର୍ଣ୍ଣ ମିଥ୍ୟା କାରଣ ତାଙ୍କ ପାଇଁ ମୋର ଯଥେଷ୍ଟ ସମ୍ମାନ ରହିଛି ।’