ହାଇଦ୍ରାବାଦ: ଧୋନିଙ୍କ ଗ୍ଲୋବ୍ସକୁ ନେଇ ଏବେ ସାର ଦେଶରେ ଚର୍ଚ୍ଚା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ଗ୍ଲୋବ୍ସରେ "ପାରା ସ୍ପେଶାଲ ଫୋର୍ସର ବଳିଦାନ ବ୍ୟାଚ" ଲଗାଇଥିଲେ । ତେବେ ଏହାକୁ ଆଇସିସି ହଟାଇବାକୁ ଅନୁରୋଧ କଲା ପରେ ଭାରତୀୟ ଫ୍ୟାନ୍ସ ଟ୍ବିଟରରେ ଆଇସିସିକୁ କଡା ସମାଲୋଚନା କରିଛନ୍ତି । ଏଥି ସହିତ ଧୋନିଙ୍କୁ ପ୍ରଶଂସା କରି ଗ୍ଲୋବ୍ସରେ ବ୍ୟାଚ ଲଗାଇବାକୁ ସମର୍ଥନ କରିଛନ୍ତି ।
'ଯଦି ପାକିସ୍ତାନ ଦଳ ପଡିଆରେ ନମାଜ୍ ପଢୁଛନ୍ତି, ଧୋନି ବ୍ୟାଚ କାହିଁକି ଲଗାଇପାରିବେ ନାହିଁ'
ଧୋନି ବ୍ୟବହାର କରିଥିବା ବ୍ୟାଚକୁ ନେଇ ତୁ ତୁ ମେଁ ମେଁ । କିଛି ଜଣଙ୍କ ମତ ଆଇସିସି ଭାରତ ଓ ପାକିସ୍ତାନ ମଧ୍ୟରେ ପାତର ଅନ୍ତର କରୁଛି । ଯଦି ମ୍ୟାଚ ପୂର୍ବରୁ ଖେଳାଳି ପଡିଆ ଭିତରେ ନମାଜ୍ ପଢିପାରୁଛନ୍ତି, ତେବେ ଧୋନିଙ୍କ ଗ୍ଲୋବ୍ସରେ ସେନାର ବଳିଦାନ ବ୍ୟାଚ କାହିଁକି ରହିପାରିବ ନାହିଁ ?
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଟ୍ବିଟରରେ କିଛି କ୍ରିକେଟ ପ୍ରେମୀ ଆଇସିସିକୁ ପ୍ରଶ୍ନ କରିବା ସହିତ ଆଇସିସି ଉପରେ ଅଭିଯୋଗ ଲଗାଇଛନ୍ତି । କିଛି ଲୋକେ କହିଛନ୍ତି ଆଇସିସି ଭାରତ ଓ ପାକିସ୍ତାନ ମଧ୍ୟରେ ପାତର ଅନ୍ତର କରୁଛି । ସେମାନେ କହିଛନ୍ତି, ଯଦି ମ୍ୟାଚ ପୂର୍ବରୁ ପାକିସ୍ତାନ ଖେଳାଳି ପଡିଆ ଭିତରେ ନମାଜ୍ ପଢିପାରୁଛନ୍ତି, ତେବେ ଧୋନିଙ୍କ ଗ୍ଲୋବ୍ସରେ ସେନାର ବଳିଦାନ ବ୍ୟାଚ କାହିଁକି ରହିପାରିବ ନାହିଁ ?
ତେବେ ଏନେଇ ବିସିସିଆଇ ମଧ୍ୟ ଧୋନିଙ୍କ ସପକ୍ଷରେ ରହିଛି । ଏ ନେଇ ଆଇସିସି ସହିତ କଥା ହେବ ବୋଲି ବିସିସିଆଇ କହିଛି ।