ଓଡିଶା

odisha

ETV Bharat / sports

ଜାଣନ୍ତୁ, ଟିମ ଇଣ୍ଡିଆ କୋଚ ଶାସ୍ତ୍ରୀଙ୍କ ବିଷୟରେ..

ରବି ଶାସ୍ତ୍ରୀ ପୁଣିଥରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ଶାସ୍ତ୍ରୀ ଭାରତୀୟ ଦଳର ଓପନର, ଅଲରାଉଣ୍ଡର କ୍ୟାପେଟନ, କମେଣ୍ଟେଟର, ମ୍ୟାନେଜର, ନିର୍ଦ୍ଦେଶକ ଦାୟିତ୍ବରେ ତୁଲାଇଛନ୍ତି । ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଟି-20 ବିଶ୍ବକପ ପର୍ଯ୍ୟନ୍ତ ଶାସ୍ତ୍ରୀ ଦାୟିତ୍ବରେ ରହିବା ନେଇ ଘୋଷଣା ହୋଇଛି ।

ଡିଜାଇନ ଫଟୋ

By

Published : Aug 16, 2019, 10:42 PM IST


ହାଇଦ୍ରାବାଦ: 1962 ମେ 27ରେ ଜନ୍ମିତ ରବି ଶାସ୍ତ୍ରୀ ଏକାଧାରରେ ଜଣେ କ୍ରିକେଟର, କୋଚ, କମେଣ୍ଟଟର, ଓ ଅଲରାଉଣ୍ଡର ।


ବାମ ହାତି ସ୍ପିନ ବୋଲିଂରୁ ସେ ଆରମ୍ଭ କରିଥିଲେ କ୍ରିକେଟ କ୍ୟାରିୟର । ପରେ ବ୍ୟାଟିଂ ଅଲରାଉଣ୍ଡର ଭାବେ ଟିମରେ ପରିଚିତ ହୁଅନ୍ତି । ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି ସେ । 21 ଫେବ୍ରୁୟାରୀ 1981ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଶାସ୍ତ୍ରୀ । ସେହି ବର୍ଷ ନଭେମ୍ବର 25ରେ ଦିନିକିଆରେ ମଧ୍ୟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ 17 ଡିସେମ୍ବର 19992ରେ ଶାସ୍ତ୍ରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ ।

ଭାରତ ପାଇଁ ଶାସ୍ତ୍ରୀ ଖେଳିଛନ୍ତି 80ଟି ଟେଷ୍ଟ ଓ 150ଟି ଦିନିକିଆ ମ୍ୟାଚ । 1985ରେ ବିଶ୍ବ କ୍ରିକେଟ ଚମ୍ପିଆନସିପରେ ‘ଚମ୍ପିଆନ’ ହୋଇଥିଲେ । 10 ଜାନୁୟାରୀ 1985ରେ ପ୍ରଥମ ଶ୍ରେଣୀ କ୍ରିକେଟରେ 6 ବଲରୁ 6 ଛକା ମାରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗୋଟିଏ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇଛନ୍ତି ।

1995ରେ ଟେଲିଭିଜନ କମେଣ୍ଟେଟର ଭାବେ ସେ ନୂଆ କ୍ୟାରିୟର ଆରମ୍ଭ କରନ୍ତି ଶାସ୍ତ୍ରୀ । 2003 ପରେ ବିସିସିଆଇ ଓ ଆଇସିସିର ବିଭିନ୍ନ ଇଭେଣ୍ଟର ସେ ପରିଚାଳନା କରିଛନ୍ତି । ୟୁନିସେଫର ଗୁଡୱିଲ ଆମ୍ବାସାଡର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 2008ରେ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଏକ ଘରୋଇ ଖେଳ ଚ୍ୟାନେଲର କମେଣ୍ଟେଟର ହୁଅନ୍ତି । ଭାରତୀୟ ଦଳର ବାଂଲାଦେଶ ଗସ୍ତରେ ସେ ମ୍ୟାନେଜର ହୋଇଥିଲେ ।

ପରେ 2014-16ରେ ଟିମ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାନ୍ତି । 2017ରେ ଭାରତ ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ପରାଜିତ ହେବାପରେ, ମୁଖ୍ୟ କୋଚ ଅନିଲ କୁମ୍ବଲେଙ୍କ ସ୍ଥାନ ନିଅନ୍ତି ରବି ଶାସ୍ତ୍ରୀ । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ନେତ୍ବତ୍ବରେ କ୍ରିକେଟ ଆଡଭାଇଜରି କମିଟି ଜୁଲାଇ 2017ରେ, ଶାସ୍ତ୍ରୀଙ୍କୁ 2019 ପର୍ଯ୍ୟନ୍ତ କୋଚ ନିଯୁକ୍ତ କରନ୍ତି । ତେବେ କାର୍ଯ୍ୟକାଳ ସରିବାପରେ ବିସିସିଆଇ ଆଉ 45 ଦିନ ଅଧିକ ସମୟ ଶାସ୍ତ୍ରୀଙ୍କୁ କୋଚ ଭାବେ ପ୍ରଦାନ କରେ । ପରେ 2021 ଟି-20 ବିଶ୍ବକପ ପର୍ଯ୍ୟନ୍ତ କପିଲ ଦେବଙ୍କ ନେତୃତ୍ବରେ କ୍ରିକେଟ ଆଡଭାଇଜରି କମିଟି ପୁଣିଥରେ ଟିମ ଇଣ୍ଡିଆର ନୂଆ କୋଚ ଭାବେ ଶାସ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି । ଏନେଇ ଆନିଷ୍ଠାନୁନିକ ଭାବେ କିମ୍ବଦନ୍ତୀ କ୍ରିକେଟର ଓ ସିଏସି କମିଟିର ମୁଖ୍ୟ କପିଲ ଦେବ ଘୋଷଣା କରନ୍ତି ।

ଶାସ୍ତ୍ରୀଙ୍କ କୋଚ କାର୍ଯ୍ୟକାଳ ମଧ୍ୟରେ ଆଇସିସିର କୌଣସି ବଡ ଇଭେଣ୍ଟରେ ଭାରତ ଚମ୍ପିଆନ ହୋଇପାରିନାହିଁ । ମାତ୍ର ଏସିଆ କପ, 2018ରେ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ସିରିଜ ବିଜୟ, ବିଶ୍ବକପରେ ପ୍ରଭାବି ପ୍ରଦର୍ଶନ ଆଦିରେ ଭାରତ ସଫଳତା ପାଇଛି ।

ଶାସ୍ତ୍ରୀଙ୍କ କୋଚ କାର୍ଯ୍ୟକାଳ ମଧ୍ୟରେ ଭାରତ 21 ଟେଷ୍ଟରୁ 52.38ବିଜୟ ଆଭରେଜ ସହ, 13 ବିଜୟୀ ଟି ବିଜୟୀ ହୋଇଛି । ଏହାସହ ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିନିକିଆରେ 71.67 ବିଜୟ ଆଭରେଜରେ 60 ଦିନିକିଆରୁ 43ରେ ବିଜୟୀ ହୋଇଛି । ଟି-20 ରେ 69.44 ବିଜୟ ଆଭରେଜରେ 25ଟି ମ୍ୟାଚରେ ବିଜୟୀ ହୋଇଛି ।

ABOUT THE AUTHOR

...view details