ହାଇଦ୍ରାବାଦ:ଭାରତୀୟ ଟିମ ପାଇଁ ପୁଅକୁ ଦେଖିବାକୁ ଚାହୁଁଥିଲେ ପିତା । ମାତ୍ର ଏହି ଆଶା ନେଇ ସେ ଶେଷନିଦ୍ରାରେ ଶୋଇଗଲେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତା। ଯଦି ଆଜି ସେ ଜୀବିତ ଥାନ୍ତେ, ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପୁଅ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବେ ଗର୍ବ କରିଥାନ୍ତେ ।
ଭାରତୀୟ ଟିମ 2-1ରେ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଜିତିଛି । ଏହି ସିରିଜରେ ସିରାଜ ମୋଟ 13 ୱିକେଟ ହାସଲ କରିଛନ୍ତି । ବ୍ରିସବେନରେ ମିଳଥିବା ବିଜୟର ଉତ୍ସବ ହାଇଦ୍ରାବାଦରେ ମଧ୍ୟ ମନାଯାଇଛି ।
ସିରାଜଙ୍କ ପିତା ମହମ୍ମଦ ଗୈସଙ୍କର 20 ନଭେମ୍ବରରେ ନିଧନ ହୋଇଥିଲା । ଏହାର ଗୋଟିଏ ସପ୍ତାହ ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା । କୋରୋନା ପ୍ରୋଟୋକଲ ପାଇଁ ସିରାଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ଆସିପାରିନଥିଲେ ।
ସିରାଜଙ୍କ ଭାଇ ମହମ୍ମଦ ଇସ୍ମାଇଲ କହିଛନ୍ତି, "ପିତାଙ୍କ ସ୍ବପ୍ନ ଥିଲା ସିରାଜ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳୁ । ଉଭୟ ବ୍ଳୁ ଓ ଧଳା ଜର୍ସିରେ ସେ ସିରାଜିଙ୍କୁ ଦେଖିବାକୁ ଚାହୁଁଥିଲେ । ଏହି ସ୍ବପ୍ନ ତାଙ୍କର ସତ ହୋଇଛି। ଭାରତୀୟ ଟିମର ବିଜୟରେ ସିରାଜ ଭଲ ଯୋଗଦାନ ଦେଇଥିବାରୁ ବହୁତ ଖୁସି ।" ଘରେ କୌଣସି ଉତ୍ସବ ହୋଇନି ମାତ୍ର ପଡୋଶୀ ହାଇଦ୍ରାବାଦରେ ଉତ୍ସବର ପ୍ରସ୍ତୁତି କରିଥିବା ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ