ଓଡିଶା

odisha

ETV Bharat / sports

ଟି-20 ବିଶ୍ବକପ ପରେ କ୍ରିକେଟରୁ ସନ୍ୟାସ ନେବେ ହାଫିଜ୍‌

ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ ଟି-20 ବିଶ୍ବକପ୍‌ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି।

mohammad hafeez
mohammad hafeez

By

Published : Jan 18, 2020, 4:06 PM IST

ଲାହୋର: ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ଙ୍କ ବଡ ଘୋଷଣା। ସେ ଆଗାମୀ ଟି-20 ବିଶ୍ବକପ୍‌ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବେ ବୋଲି କହିଛନ୍ତି।

ଏନେଇ ସେ କହିଛନ୍ତି ଯେ, ଏହା ମୋ ପାଇଁ ସମ୍ମାନର କଥା। ମୁଁ ଟି-20 ବିଶ୍ବକପ ଖେଳିବା ପାଇଁ ଚାହୁଁଛି। ତା’ପରେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରେଇଯିବି।

ସେ 2003ରେ ପାକିସ୍ତାନ ପାଇଁ ଖେଳିବା ଆରମ୍ଭ କରିଥିଲେ। ନିଜ ଦେଶ ପାଇଁ ସେ 55ଟେଷ୍ଟରୁ 3652ରନ୍‌ ହାସଲ କରିଛନ୍ତି ଓ 53ଟି ୱିକେଟ ନେଇଛନ୍ତି। ସେହିପରି 218ଟି ଦିନିକିଆ ମ୍ୟାଚ ଖେଳି 6614ରନ୍‌ ହାସଲ କରିଥିବାବେଳେ 139 ଓ୍ବିକେଟ ଅକ୍ତିଆର କରିଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ।

ହାଫିଜ୍‌ ଆହୁରି ମଧ୍ୟ କହିଛନ୍ତି ଯେ, 17ବର୍ଷ ହେଲା ପାକିସ୍ତାନ ପାଇଁ ଖେଳିଛି ଓ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ଚେଷ୍ଟା ମଧ୍ୟ କରିଛି। ଅନେକଥର ମୋର ବୋଲିଂକୁ ମିସ୍‌ କରିଛି। ହାଫିଜ୍‌ କ୍ରମାଗତ ଭାବେ ବୋଲିଂ ଶୈଳୀକୁ ନେଇ ବିବାଦରେ ପଡିଛନ୍ତି। ଏଥିପାଇଁ ତାଙ୍କର ବୋଲିଂ ଉପରେ ବ୍ୟାନ୍‌ ମଧ୍ୟ ଲାଗିଥିଲା।

ABOUT THE AUTHOR

...view details