ଓଡିଶା

odisha

ETV Bharat / sports

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ଗ୍ରେଡ Aରୁ ଖସିଲେ ମିତାଲି, ଶେଫାଳିଙ୍କୁ ସ୍ଥାନ

ପ୍ରକାଶ ପାଇଛି ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା। ଏହି ତାଲିକାରେ ଭେଟେରାନ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜେଙ୍କୁ ଗ୍ରେଡ Aରୁ Bକୁ ଖସିଛନ୍ତି। ଅନ୍ୟପଟେ ପ୍ରଥମ ଥର ଚୁକ୍ତିରେ ସାମିଲ ହୋଇଛନ୍ତି 15 ବର୍ଷୀୟ ଶେଫାଳୀ ବର୍ମା। ଅଧିକ ପଢନ୍ତୁ...

BCCI central Contract
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି

By

Published : Jan 17, 2020, 10:05 AM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା। ଏହି ତାଲିକାରେ ଭେଟେରାନ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜେଙ୍କୁ ଗ୍ରେଡ Bରେ ସ୍ଥାନ ମିଳିଛି। ପୂର୍ବ ଚୁକ୍ତିରେ ମିତାଲି ଗ୍ରେଡ Aରେ ଥିଲେ । ଗତ ବର୍ଷ ସେପ୍ଟମ୍ବରରେ ଟି20 କ୍ରିକେଟରୁ ଅବସର ନେଇଥିଲେ ଏହି ଭେଟେରାନ ମହିଳା କ୍ରିକେଟର। ମାତ୍ର ଦିନିକିଆ କ୍ରିକେଟ ଖେଳିବା ଜାରି ରଖିଥିଲେ । ସେଥିପାଇଁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ମିତାଲି। ସେଥିପାଇଁ 50 ଲକ୍ଷ ବର୍ଗରେ ମିତାଲିଙ୍କୁ ସ୍ଥାନ ମିଳିନାହିଁ।

ଟି20 କ୍ୟାପଟେନ ହରମନପ୍ରିତ କୌର ନିଜର ପୂର୍ବ ସ୍ଥାନ A ଗ୍ରେଡକୁ ରକ୍ଷା କରିପାରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଛନ୍ତି 15 ବର୍ଷୀୟ ଓପନର ଶେଫାଳୀ ବର୍ମା ଓ ହାର୍ଲିନ ଦିଓଲ।

ନଜର ପକାନ୍ତୁ ବିସିସିଆଇ ମହିଳା କ୍ରିକେଟର କେନ୍ଦ୍ରୀୟ ଚୁକ୍ତି ତାଲିକା ଉପରେ:

ଗ୍ରେଡ A(50 ଲକ୍ଷ): ହରମନପ୍ରିତ କୌର, ସ୍ମୃତି ମାନ୍ଧାନା, ପୁନମ ଯାଦବ ।

ଗ୍ରେଡ B(30 ଲକ୍ଷ): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଏକତା ବିଷ୍ଟ, ଜେମିମା ରୋଡ୍ରିଗ୍ୟୁସ, ଦିପ୍ତୀ ଶର୍ମା।

ଗ୍ରେଡ C(10 ଲକ୍ଷ): ବେଡା କ୍ରୀଷ୍ଣାମୂର୍ତ୍ତୀ, ପୁନମ ରାଓତ, ଅନୁଜା ପାଟିଲ, ମାନସୀ ଜୋଷୀ, ଡି ହେମଲତା, ଅରୁନ୍ଧତୀ ରେଡ୍ଡି, ରାଜେଶ୍ବରୀ ଗାଏକୱାର୍ଡ, ପୂଜା ବସ୍ତ୍ରକର, ହରଲିନ ଦିଓଲ, ପ୍ରିୟା ପୁନିଆ, ଶେଫାଳୀ ବର୍ମା।

ABOUT THE AUTHOR

...view details