ଓଡିଶା

odisha

ETV Bharat / sports

200 କ୍ଲବରେ ମିତାଲି: ବିଶ୍ବର ପ୍ରଥମ ମହିଳା କ୍ରିକେଟର

36 ବର୍ଷିୟା ଏହି କ୍ରିକେଟର ବର୍ତ୍ତମାନ ଭାରତୀୟ ମହିଳା ଦଳର ଦିନିକିଆ ଅଧିନାୟିକା ଅଛନ୍ତି । ସେ 10ଟି ଟେଷ୍ଟ ମ୍ୟାଚ ଏବଂ 85ଟି ଟ୍ବେଣ୍ଟି20 ମ୍ୟାଚ ଖେଳିଛନ୍ତି ।

ଡିଜାଇନ ଫଟୋ

By

Published : Feb 2, 2019, 7:57 PM IST

ହାମିଲଟନ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ନିଜ ଗୌରବମୟ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡିଛନ୍ତି । ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବେ ସେ 200 ତମ ଦିନିକିଆ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି । ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିରୋଧରେ ଚାଲିଥିବା 3ୟ ଦିନିକିଆରେ ସେ ଏହି କୃତିତ୍ବ ହାସଲ କରିଛନ୍ତି ।

36 ବର୍ଷିୟା ଏହି କ୍ରିକେଟର ବର୍ତ୍ତମାନ ଭାରତୀୟ ମହିଳା ଦଳର ଦିନିକିଆ ଅଧିନାୟିକା ଅଛନ୍ତି । ସେ 10ଟି ଟେଷ୍ଟ ମ୍ୟାଚ ଏବଂ 85ଟି ଟ୍ବେଣ୍ଟି20 ମ୍ୟାଚ ଖେଳିଛନ୍ତି । ତେବେ ତାଙ୍କ 200 ତମ ଦିନିକିଆରେ ସେ ବିଶେଷ କିଛି କରିପାରିନଥିଲେ । 28ଟି ବଲ ଖେଳି 9 ରନରେ ସେ ଆଉଟ ହୋଇଯାଇଥିଲେ । ଭାରତ ମଧ୍ୟ ଏହି ମ୍ୟାଚରେ ପରାଜୟ ବରଣ କରିଥିଲା । ତେବେ ଦିନିକିଆ ସିରିଜକୁ ଭାରତୀୟ ମହିଳା ଦଳ 2-1ରେ ଜିତି ନେଇଛି ।
ମିତାଲିଙ୍କ ନାମରେ ଅନେକ ରେକର୍ଡ ରହିଛି । ମହିଳା ଦିନିକିଆ କ୍ରିକେଟରେ ବିଶ୍ବରେ ସେ ସର୍ବାଧିକ ରନ ସଂଗ୍ରହକାରୀ ରହିଛନ୍ତି । 51.33 ଆଭରେଜରେ 7ଟି ଶତକ ସହ ସେ ମୋଟ 6622 ରନ ସଂଗ୍ରହ କରିଛନ୍ତି ।

ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସମସ୍ତ ମହିଳା କ୍ରିକେଟରଙ୍କ ମଧ୍ୟରେ ସବୁଠାରୁ ଦୀର୍ଘତମ । ଏପରି ରେକର୍ଡ ଲିଷ୍ଟରେ ତାଙ୍କ ଆଗରେ ମାତ୍ର 3 ଜଣ ପୁରୁଷ କ୍ରିକେଟର ଅଛନ୍ତି । ସେମାନେ ହେଲେ ସଚିନ ତେନ୍ଦୁଲକର, ସନଥ ଜୟସୂରିୟା ଏବଂ ଜାଭେଦ ମିଆଁଦାଦ ।

ABOUT THE AUTHOR

...view details