ଇନ୍ଦୋର: ଆସନ୍ତାକାଲି ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ। ସ୍ଥାନୀୟ ହୋଲକର୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ଟି20ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ମ୍ୟାଚରେ ବିରାଟଙ୍କ ପାଖରେ ରହିଛି ଏକାଧିକ ରେକର୍ଡ କରିବାର ସୁଯୋଗ।
ପ୍ରଥମ ଟେଷ୍ଟ: ବିରାଟଙ୍କୁ ଅପେକ୍ଷା କରିଛି ରେକର୍ଡ - Virat Kohli
ଟି-20ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ମ୍ୟାଚରେ ବିରାଟଙ୍କ ପାଖରେ ରହିଛି ଏକାଧିକ ରେକର୍ଡ କରିବାର ସୁଯୋଗ।
କୋହଲି ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ମାମଲାରେ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇପାରନ୍ତି । ଗାଙ୍ଗୁଲି 113 ଟେଷ୍ଟରେ 7212 ରନ୍ କରିଛନ୍ତି । ଯେଉଁଠି କୋହଲି 82 ମ୍ୟାଚରେ 7066 ରନ୍ କରିସାରିଛନ୍ତି। ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ଆଉ 157 ରନ୍ ଆବଶ୍ୟକ।
ସେହିପରି ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ ବର୍ଡରଙ୍କ ରେକର୍ଡ ଭାଙ୍ଗିପାରନ୍ତି । କୋହଲି 51ମ୍ୟାଚରେ 31ଟିରେ ବିଜୟ ହାସଲ କରିଛନ୍ତି । ଯେଉଁଠି ବର୍ଡର 91 ଟେଷ୍ଟରୁ 32ଟି ମ୍ୟାଚ୍ ଜିତିଛନ୍ତି । ଏହି ମାମଲାରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଆଗରେ ରହିଛନ୍ତି । ସ୍ମିଥ୍ 109 ଟେଷ୍ଟରେ 53 ଟି ବିଜୟୀ ହୋଇଛନ୍ତି ।