ନୂଆଦିଲ୍ଲୀ: ଭାଙ୍ଗିଯାଇଛି ବିରାଟ ବାହୀନିର ବିଶ୍ବକପରେ ଅପରାଜେୟ ଧାରା । 31 ରନରେ ଆୟୋଜକ ଇଂଲଣ୍ଡଠାରୁ ପାରସ୍ତ ହୋଇଛି ଭାରତୀୟ ଦଳ । ଏହି ବିଜୟ ଫଳରେ ଘରୋଇ ଦଳର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ତେବେ ଭାରତର ଏହି ପରାଜୟର ପରେ କ୍ରିକେଟ ସମାଲେଚକମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି । କିନ୍ତୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପରାଜୟ ପାଇଁ ନୂଆ ଜର୍ସିକୁ ଦାୟୀ କରିଛନ୍ତି ।
‘ଗେରୁଆ ଜର୍ସି ପାଇଁ ହାରିଲା ଟିମ ଇଣ୍ଡିଆ’ - new jersi
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପରାଜୟ ପାଇଁ ନୂଆ ଜର୍ସକୁ ଦାୟୀ କରିଛନ୍ତି ।
ଡିଜାଇନ ଫଟୋ
ତେବେ ମେହବୁବାଙ୍କ ଏହି ବୟାନ ପରେ ବିବାଦ ଦେଖାଦେଇଛି । କାରଣ ମ୍ୟାଚ ପୂର୍ବରୁ ଏହି ଗେରୁଆ ରଙ୍ଗର ଜର୍ସିକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଗତକାଲି ଭାରତ ମ୍ୟାଚ ହାରିବା ପରେ ମେହବୁବା ଟ୍ୱିଟ କରି କହିଥିଲେ, “ଭାରତ ନୂଆ ଜର୍ସିରେ ପ୍ରଥମ ମ୍ୟାଚ ଖେଳି ଇଂଲଣ୍ଡ ପାଖରୁ ପରାଜିତ ହୋଇଛି। ମ୍ୟାଚ ହାରିବାର କାରଣ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି। କେହି ମୋ ମନ୍ତବ୍ୟକୁ ଅନ୍ଧବିଶ୍ୱାସ ବୋଲି କହିପାରେ କିନ୍ତୁ ଏହା ସତ ଯେ ନୂଆ ଜର୍ସି ପାଇଁ ଭାରତ ହାରିଛି।”