ହାଇଦ୍ରାବାଦ:ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ 100ତମ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟ ହେବ ଭାରତର 100ତମ ଟେଷ୍ଟ । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି । ବର୍ଡର ଗାଭାସ୍କର ଟ୍ରଫି ସିରିଜର ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ 100ତମ ଟେଷ୍ଟ ହେବ ବୋଲି ବିସିସିଆଇ ଟ୍ବିଟରେ ଉଲ୍ଲେଖ କରିଛି ।
ବର୍ଷ 1947-48ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା ଭାରତ । ସେହି ସିରିଜରେ ଅଷ୍ଟ୍ରେଲିଆ 4-0ରେ ଭାରତକୁ ପରାସ୍ତ କରିଥିଲା ।