ଓଡିଶା

odisha

ETV Bharat / sports

ଧୋନିଙ୍କ ପରି ମନୋବୃତ୍ତି ନେଇ ଖେଳେ: ଭୁବନେଶ୍ବର କୁମାର - ଧୋନିଙ୍କ ପରି ମନୋବୃତ୍ତି ନେଇ ଖେଳେ

ନିଜ ବୋଲିଂର ଆଭିମୁଖ୍ୟ ନେଇ ମତ ଦେଲେ ଭାରତୀୟ ବୋଲିଂ ଫିନିସର ଭୁବନେଶ୍ବର କୁମାର । କହିଲେ ଧୋନିଙ୍କ ଭଳି ମୁଁ ବି ଫଳାଫଳ ଠାରୁ ନିଜକୁ ପୃଥକ କରିନିଏ । ଅଧିକ ପଢ଼ନ୍ତୁ...

Like Dhoni I try to detach myself from result, bhuvi like to focus on process, Bhuvaneswar kumar, ଭୁବନେଶ୍ବର କୁମାର, ଧୋନିଙ୍କ ପରି ମନୋବୃତ୍ତି ନେଇ ଖେଳେ, ବୋଲିଂର ଆଭିମୁଖ୍ୟ
ଧୋନିଙ୍କ ପରି ମନୋବୃତ୍ତି ନେଇ ଖେଳେ: ଭୁବନେଶ୍ବର କୁମାର

By

Published : Jun 27, 2020, 1:03 AM IST

ନୂଆଦିଲ୍ଲୀ: ଏକ କ୍ରିକେଟ କାର୍ଯ୍ୟକ୍ରମରେ ଭାରତୀୟ ପେସର ଭୁବନେଶ୍ବର କୁମାର ଖେଳକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଗେମ ଫିନିସର ଭାବେ ବେଶ୍‌ ଜଣାଶୁଣା ଭୁବି ଧୋନିଙ୍କ ପରି ମନୋବୃତ୍ତି ରଖିବା କଥା କହିଛନ୍ତି ।

‘‘ଏମଏସ ଧୋନିଙ୍କ ପରି ମୁଁ ମଧ୍ୟ ଫଳାଫଳରୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରେ ଏବଂ ଛୋଟ ଜିନିଷ ଉପରେ ଧ୍ୟାନ ଦିଏ, ଯାହାକୁ ମୁଁ ପ୍ରକ୍ରିୟା ବୋଲି ମଧ୍ୟ କହିଥାଏ। ଏହା ଇଚ୍ଛାକୃତ ଫଳାଫଳ ପାଇବାରେ ସାହାଯ୍ୟ ମଧ୍ୟ କରିଥାଏ। ଆଇପିଏଲ ସମୟରେ ଯେତେବେଳେ ମୁ କିଛି ଭଲ ସିଜନ ଖେଳିଥିଲି, ମୁଁ ଏହି ‘ଜୋନ୍'ରେ ଖେଳିଥିଲି। ମୁଁ ମୋର ପ୍ରକ୍ରିୟାରେ ଏତେ ଧ୍ୟାନ ଦେଇଥିଲି ଯେ ଫଳାଫଳ ମୋ ପାଇଁ ଦ୍ବିତୀୟ ସ୍ଥାନରେ ରହିଥିଲା​​ ଏବଂ ଫଳାଫଳ ସକରାତ୍ମକ ଥିଲା ।

‘‘ଯଦି ମୁଁ ଏଣ୍ଡର ରସେଲଙ୍କୁ ଶେଷ ଓଭର ବୋଲିଂ କରୁଛି ଏବଂ ମତେ 14 ରନ ବଞ୍ଚାଇବାକୁ ପଡିବ, ତେବେ ମୁଁ ପ୍ରଥମେ ଚିନ୍ତା କରିବି ଯେଉଁ ଗ୍ରାଉଣ୍ଡରେ ମୁଁ ବୋଲିଂ କରୁଛି ଏବଂ ଏହାର ଆକାର ପ୍ରକାର ବିଷୟରେ । ତା’ପରେ ମୁଁ ଯୋଜନା କରିବି ଯେଉଁଠାରେ ମୁଁ ବୋଲିଂ କରିବାକୁ ଚାହୁଁଛି ଏବଂ ଆଶା କରିବି ଯେ ସେ ଏକ ବଲ ମିସ୍‌ କରନ୍ତୁ କିମ୍ବା ତାଙ୍କ ସଟ୍‌ ଭୁଲ ହେଉ । ସେ ହେଉଛନ୍ତି ଏମିତି ଜଣେ ବ୍ୟାଟ୍ସମ୍ୟାନ, ଯାହାଙ୍କ ବିରୁଦ୍ଧରେ ଆପଣଙ୍କ ଭାଗ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ।’’

ଜଣେ ବୋଲର ଭାବରେ ଯେତେବେଳେ ସେ ତାଙ୍କ ପ୍ରଦର୍ଶନର ଶୀର୍ଷରେ ଥାଆନ୍ତି, ସେ କିପରି ତାଙ୍କର ବୋଲିଂ ଯୋଜନା କରନ୍ତି ସେ ବିଷୟରେ ଭୁବନେଶ୍ବର କହିଛନ୍ତି, ‘‘ମୁଁ କେବଳ ଗୋଟିଏ ବିକଳ୍ପ ସହିତ ଆରମ୍ଭ କରେ କାରଣ ଦୌଡିବା ଆରମ୍ଭ କରିବା ପରେ କିମ୍ବା ବୋଲିଂ ପାଇଁ ଜମ୍ପ କରିବା ପରେ ବୋଲିଂ ବଦାଳାଇବା ସମ୍ଭବ ନୁହେଁ । ଯଦି ବ୍ୟାଟ୍ସମ୍ୟାନ ଗତି ବଦଳାନ୍ତି, ମୁଁ ମୋ ଲାଇନରେ ସ୍ବଳ୍ପ ପରିବର୍ତ୍ତନ କରେ ଯେଉଁଠାରେ ବ୍ୟାଟ୍ସମ୍ୟାନ ନିଜ ଗତି ବଦଳାଇଛନ୍ତି କିନ୍ତୁ ମୁଁ କଣ ବୋଲିଂ କରିବାକୁ ଚାହୁଁଛି ତାହା ନେଇ ମୁଁ ନିଶ୍ଚିତ ଥାଏ ।’’

@IANS

ABOUT THE AUTHOR

...view details