ଓଡିଶା

odisha

ETV Bharat / sports

ଶେଷ ମ୍ୟାଚରେ ମାଲିଙ୍ଗାଙ୍କ ଏହି ରେକର୍ଡ, ଏତିକିଥର ଆଉଟ କରିଛନ୍ତି ସଚିନଙ୍କୁ

ଜର୍ସି ନଂ 99ର ଏହି ପେସ ବୋଲର ମାଲିଙ୍ଗା, ସଚିନଙ୍କୁ ତାଙ୍କ କ୍ୟାରିଅରେ 4ଥର ଆଉଟ କରିଛନ୍ତି । 338 ୱିକେଟ ଅକ୍ତିଆର କରି ସେ ଭାରତୀୟ ପୂର୍ବତନ ସ୍ପିନର ଅନୀଲ କୁମ୍ବଲେଙ୍କୁ ଟପିଛନ୍ତି ।

By

Published : Jul 27, 2019, 7:05 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଲମ୍ବୋ: ଶେଷ ହୋଇଛି ୟର୍କର କିଙ୍ଗଙ୍କ ଦିନିକିଆ କ୍ୟାରିଅର । ଶେଷ ମ୍ୟାଚରେ ମଧ୍ୟ ହିରୋ ସାଜିଛନ୍ତି ମାଲିଙ୍ଗା । ତାଙ୍କ ଦମଦାର ବୋଲିଂ ବଳରେ 91ରନରେ ପ୍ରଥମ ଦିନିକିଆ ମ୍ୟାଚକୁ ଜିତିନେଇଛି ଶ୍ରୀଲଙ୍କା । ଗତକାଲି ଖେଳାଯାଇଛି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ 38ରନ ବ୍ୟୟରେ 3ୱିକେଟ ଅକ୍ତିଆର କରିଛନ୍ତି ୟର୍କର କିଙ୍ଗ୍‌ ଲସିଥ୍‌ ମାଲିଙ୍ଗା ।

ତେବେ ବିଶ୍ୱକପ ପରେ ସେ ଦିନିକିଆରୁ ଅବସର ନେବେ ବୋଲି ଖବର ରହିଥିଲା । ତେଣୁ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଭାବେ ମାଲିଙ୍ଗାଙ୍କୁ ବିଦାୟ କାଳୀନ ମ୍ୟାଚ ଦେଇଛି ଦେଶର କ୍ରିକେଟ ବୋର୍ଡ । ଭାରତୀୟ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସିଂହଳର ଏହି ତାରକା କ୍ରିକେଟର 17 ଜୁଲାଇ 2004ରେ ମାଲିଙ୍ଗା ଦିନିକିଆ ଡେବ୍ୟୁ କରିଥିଲେ ।

ଜର୍ସି ନଂ 99ର ଏହି ପେସ ବୋଲର ସଚିନଙ୍କୁ ତାଙ୍କ କ୍ୟାରିଅରେ 4ଥର ଆଉଟ କରିଛନ୍ତି । ସେହିପରି ଯୁବରାଜ୍‌, ଡି କକ୍‌, ୱାର୍ଣ୍ଣରଙ୍କୁ ମଧ୍ୟରେ 4ଥର ଲେଖାଏଁ ଦିନିକିଆରେ ଆଉଟ କରିଛନ୍ତି ମାଲିଙ୍ଗା । ସର୍ବାଧିକ 6ଥର ଅଷ୍ଟ୍ରେଲିଆର ପୂର୍ବତନ ଓପନର ସେନ ୱାଟସନଙ୍କୁ ଆଉଟ କରିଛନ୍ତି ସେ । ସେହିପରି ଆଫ୍ରିଦି, ଗପ୍ଟିଲ ଓ ହାଫିଜ୍‌ଙ୍କୁ 5ଥର ଆଉଟ କରିଛନ୍ତି ମାଲିଙ୍ଗା ।

ତେବେ ନଜର ପକାନ୍ତୁ ମାଲିଙ୍ଗାଙ୍କ ଦିନିକିଆ କ୍ୟାରିଅର ଉପରେ-

ମାଲିଙ୍ଗା ଦିନିକିଆରେ 226ଟି ମ୍ୟାଚ ଖେଳି 338 ୱିକେଟ ଅକ୍ତିଆର କରିସାରିଛନ୍ତି । ଏମିତି କରି ସେ ଭାରତୀୟ ପୂର୍ବତନ ସ୍ପିନର ଅନୀଲ କୁମ୍ବଲେଙ୍କୁ ଟପିଛନ୍ତି। କୁମ୍ବଲେ ତାଙ୍କ ଦିନିକିଆ କ୍ୟାରିଅରରେ 337ଟି ୱିକେଟ ନେଇଛନ୍ତି ।

ତେବେ ଏହା ବ୍ୟତିତ ମାଲିଙ୍ଗଙ୍କ ଦିନିକିଆ କ୍ୟାରିଅରରେ ସାମିଲ ରହିଛି 103ଟି ମେଡେନ, 8ଟି 5 ୱିକେଟ ହଲ ଓ 3ଟି ହ୍ୟାଟ୍ରିକ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details