ଓଡିଶା

odisha

By

Published : Nov 17, 2020, 9:14 PM IST

ETV Bharat / sports

ଗର୍ଲଫ୍ରେଣ୍ଡ ସହ ନିର୍ବନ୍ଧ କଲେ KXIPର ଷ୍ଟାର ଖେଳାଳୀ

ଆଇପିଏଲ 2020ର କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଦମଦାର ଇଂନିସ ଖେଳୁଥିବା ନିକୋଲାସ ପୁରନ ନିଜର ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗଲ ସହ ନିର୍ବନ୍ଧ କରିଥିବାର ସୂଚନା ଦେଇଛନ୍ତି । ଏହା ଭଗବାନଙ୍କ ଆର୍ଶୀବାଦ ବୋଲି କହିଛନ୍ତି ।

KXIPର ଷ୍ଟାର ଖେଳାଳି ନିଜ ଗର୍ଲଫ୍ରେଣ୍ଡ  ସହ କଲେ ନିର୍ବନ୍ଧ
KXIPର ଷ୍ଟାର ଖେଳାଳି ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ

ହାଇଦ୍ରାବାଦ: କିଙ୍ଗ୍ସ ଏକାଦଶ ପଞ୍ଜାବର ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର । ଆଇପିଏଲ 2020ର କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଦମଦାର ଇଂନିସ ଖେଳୁଥିବା ନିକୋଲାସ ପୁରନ ନିର୍ବନ୍ଧ କରିଥିବା ନିଜେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଏହି କାରବିୟାନ ଖେଳାଳୀ ଦୀର୍ଘ ଦିନ ହେବ ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗଲଙ୍କୁ ଡେଟ୍‌ କରୁଥିଲେ । ତେବେ ପୁରନ ମଙ୍ଗଳବାର ଫିଲ୍ମ ଷ୍ଟାଇଲରେ କ୍ୟାଥରିନାଙ୍କୁ ମୁଦି ପିନ୍ଧାଉଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ନିକୋଲାସ ପୁରନ ଇନଷ୍ଟାଗ୍ରାମ

ତେବେ ଏହି ଖବର ପରେ ଅନେକ କ୍ରିକେଟର୍ସ ଓ ଫ୍ୟାନ୍ସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କ୍ରିକେଟର ନିକୋଲସ ପୁରନ ନିଜର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ଭଗବାନ ଆମକୁ ଆର୍ଶୀବାଦ ଦେଇଛନ୍ତି । ମୋତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ କ୍ୟାଥରିନା ମିଗଲ ଓ ମୁଁ ନିର୍ବନ୍ଧ କରିଛୁ । ଲଭ ୟୁ ମିଗ୍ଜ । ତୁମେ ମୋତେ ମିଳିଗଲ ।

ବର୍ତ୍ତମାନ ସେ ଇଣ୍ଡିଜ ଟିମ ସ ଟି-20 ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି । ଏହାପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ନିଜ କ୍ୟାରିୟରର ପ୍ରଥମ ବିଗ୍‌ ବାସ ଲିଗ୍‌ ଖେଳିବେ ।

ABOUT THE AUTHOR

...view details