ଓଡିଶା

odisha

ETV Bharat / sports

କାହିଁକି କୁଲଦୀପଙ୍କ ଉପରେ ରାଗିଥିଲେ କୁଲ ଧୋନି... - କୁଲଦୀପ

ସବୁବେଳେ ଶାନ୍ତ ରହୁଥିବା ଧୋନି କିଭଳି ଭାବେ ଥରେ ପଡିଆ ଉପରେ ଖୁବ ରାଗିଥିଲେ । ସେନେଇ କୁଲଦୀପ ଯାଦବ ସେୟାର କଲେ ସ୍ମୃତି । ଅଧିକ ପଢ଼ନ୍ତୁ...

Kuldeep Yadav, kuldeep recalls the moment, MS Dhoni lost his cool with him, କୁଲଦୀପଙ୍କ ଉପରେ ରାଗିଥିଲେ କୁଲ ଧୋନି, କୁଲଦୀପ, ଧୋନି
କାହିଁକି କୁଲଦୀପଙ୍କ ଉପରେ ରାଗିଥିଲେ କୁଲ ଧୋନି

By

Published : Apr 18, 2020, 12:47 AM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗତ ସାତ ମାସ ହେଲା ଆଉ କ୍ରିକେଟ ପଡିଆରେ ଦେଖି ନାହାନ୍ତି ଫ୍ୟାନ୍ସ । ତେବେ କୋରୋନା ଯୋଗୁଁ ଆଇପିଏଲ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚିବା ପରେ ଧୋନିଙ୍କ କ୍ୟାରିୟରକୁ ନେଇ ଉଠିଛି ଅନେକ ପ୍ରଶ୍ନ । କିନ୍ତୁ ଧୋନିଙ୍କୁ ନେଇ ସାରା ବିଶ୍ବରେ ତାଙ୍କ ସାଥୀ କ୍ରିକେଟରଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚା ।

ତେବେ ଏହି କ୍ରମରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ମଧ୍ୟ ସେୟାର କରିଛନ୍ତି ଧୋନିଙ୍କ ସହ ତାଙ୍କର କିଛି ସ୍ମରଣୀୟ ମୂହୁର୍ତ୍ତ । କ୍ରିକେଟ ଶୋ ASAP with JSAP ରେ, ବାମ ହାତି ଏହି ସ୍ପିନର କହିଛନ୍ତି ଯେ ସବୁବେଳେ ଶାନ୍ତ ରହୁଥିବା ଧୋନି କିଭଳି ଭାବେ ଥରେ ପଡିଆ ଉପରେ ଖୁବ ରାଗିଥିଲେ । ଶ୍ରୀଲଙ୍କା ବିପକ୍ଷରେ 2017 ମସିହାରେ ଖେଳାଯାଇଥିବା ଟି-20 ମ୍ୟାଚ କଥା ବଖାଣିଥିଲେ ବର୍ତ୍ତମାନ କାନପୁରରେ କ୍ବାରେଣ୍ଟାଇନ ହୋଇ ରହିଥିବା କୁଲଦୀପ ।

ଇନ୍ଦୌର ଗ୍ରାଉଣ୍ଡରେ ମ୍ୟାଚଟି ଖେଳାଯାଉଥିଲା, ଯାହାର କି ଛୋଟ ସୀମାରେଖା ରହିଥିଲା । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁସଲ ପେରେରା ଷ୍ଟ୍ରାଇକରେ ଥିଲେ । ‘‘କଭର ଆଡକୁ କୁଶଲ ଏକ ଚଉକା ମାରିଥିଲେ । ଧୋନି ଭାଇ ୱିକେଟ ପଛରୁ ମତେ ପାଟି କରି କହିଲେ ଫିଲ୍ଡିଙ୍ଗ ବଦଳାଇ ଦେବାକୁ । ମୁଁ ତାଙ୍କ କଥା ନଶୁଣି ପୁଣି ବଲ ପକାଇଲି, କୁଶଲ ପୁଣି ରିଭର୍ସ ସୁଇପ ଦେଇ ଚଉକା ମାରିଲେ ।’’ ବୋଲି କହିଥିଲେ କୁଲଦୀପ ।

‘‘ଏହାପରେ ବିରକ୍ତ ହୋଇ ଧୋନି ମୋ ପାଖକୁ ଆସି କହିଲେ, ‘ମୈ ପାଗଲ ହୁଁ ? 300 ୱାନ-ଡେ ଖେଲା ହୁଁ, ଔର ସମଝା ରହା ହୁଁ ୟହାଁ ପେ।’ (ମୁଁ ପାଗଳ କି ? 300 ଟି ଦିନିକିଆ ଖେଳିଛି ଆଉ ତମେ ମୋ କଥା ଶୁଣୁ ନାହଁ ।)’’ ବୋଲି ମନେ ପକାଇ କହିଥିଲେ କୁଲଦୀପ ।

‘‘ମୁଁ ସେଦିନ ତାଙ୍କୁ ଖୁବ ଡରି ଯାଇଥିଲି । ମ୍ୟାଚ ପରେ, ବସରେ ଯିବା ବେଳେ ମୁଁ ତାଙ୍କ ପାଖକୁ ଯାଇଥିଲି ଓ ପଚାରି ଥିଲି ସେ କେବେ ରାଗନ୍ତି କି ବୋଲି । ଯାହାର ଉତ୍ତରରେ ଧୋନି କହିଥିଲେ: ‘20 ସାଲ ସେ ଗୁସ୍ସା ନହିଁ କିୟା ହୈ (20 ବର୍ଷ ହେଲା କେବେ ରାଗିନି)’ ।’’

ତେବେ କୁଲଦୀପ ଧୋନିଙ୍କ ପରାମର୍ଶ ପରେ ଫିଲ୍ଡ ବଦଳାଇବା ପରେ ୱିକେଟ ନେବାରେ ସଫଳ ହୋଇଥିଲେ ।

ଧୋନିଙ୍କ ସହ ନିଜ ସମ୍ପର୍କକୁ ନେଇ କୁଲଦୀପ କହିଛନ୍ତି ଯେ, ‘‘ଧୋନି ଭାଇଙ୍କ ସହ ମୋର ସମ୍ପର୍କ ଖୁବ ଭଲ । 2029 ବିଶ୍ବକପ ବେଳେ ଧୋନି ଓ ଶିଖର ଧୱନ ମୋ ସହ ବହୁତ ଥଟ୍ଟା କରୁଥିଲେ ।’’

ABOUT THE AUTHOR

...view details