ଓଡିଶା

odisha

ETV Bharat / sports

ବିସିସିଆଇକୁ KTRଙ୍କ ଅନୁରୋଧ, ହାଇଦ୍ରାବାଦରେ ହେଉ ଆଇପିଏଲ ମ୍ୟାଚ - ଆଇପିଏଲ 2021

ଆଇପିଏଲ 2021 ଭେନ୍ୟୁ ତାଲିକାରେ ହାଇଦ୍ରାବାଦକୁ ସାମିଲ କରିବା ନେଇ ବିସିସିଆଇ ଓ ଆଇପିଏଲ ପଦାଧୀକାରୀଙ୍କୁ ତେଲେଙ୍ଗାନା ରାଷ୍ଟ୍ର ସମିତି(TRS) କାର୍ଯ୍ୟକାରୀ ସଭାପତି କେଟି ରାମା ରାଓଙ୍କ ଅପିଲ୍‌ । ଅଧିକ ପଢନ୍ତୁ...

KTR appeals to BCCI to include Hyderabad as one of the venues for IPL 2021
ବିସିସିଆଇକୁ KTRଙ୍କ ଅନୁରୋଧ, ହାଇଦ୍ରାବାଦରେ ହେଉ ଆଇପିଏଲ ମ୍ୟାଚ

By

Published : Feb 28, 2021, 9:51 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଖେଳାଯିବାକୁ ଥିବା ଭେନ୍ୟୁ ମଧ୍ୟରେ ହାଇଦ୍ରାବାଦକୁ ସାମିଲ କରାଯାଉ । ବିସିସିଆଇ ଓ ଆଇପିଏଲ ପଦାଧୀକାରୀଙ୍କୁ ରବିବାର ଏହି ଅପିଲ୍‌ କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି(TRS) କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ।

ଟ୍ବିଟ ଯୋଗେଁ ଉଭୟ ବିସିସିଆଇ ଓ ଆଇପିଏଲ ଅଧିକାରୀଙ୍କୁ ଆଗାମୀ ଆଇପିଏଲ ସଂସ୍କରଣରେ ଥିବା ଭେନ୍ୟୁ ତାଲିକାରେ ହାଇଦ୍ରାବାଦକୁ ସାମିଲ କରିବାକୁ ସେ ଅପିଲ କରିଛନ୍ତି । ଉପଯୋଗୀ କୋଭିଡ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁଁ ସମସ୍ତ ସଂକ୍ରମଣ ସଂଖ୍ୟା କମ ରହିଛି ଓ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

କେଟି ରାମା ରାଓଙ୍କ ଟ୍ବିଟ

ଗୋଟିଏ ସହରରେ 2021 ସଂସ୍କରଣର ଆଇପିଏଲ ଖେଳାଯିବାର ପ୍ରାରମ୍ଭିକ ଯୋଜନା ରହିଥିଲା, ମାତ୍ର ବିସିସିଆଇ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ 4ରୁ 5ଟି ଭେନ୍ୟୁରେ କରାଇବାକୁ ନିଷ୍ପତ୍ତି ନେଇଛି । ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ଅହମ୍ମଦାବାଦ ପ୍ରମୁଖ ଭେନ୍ୟନୁ ତାଲିକାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details