ଭଦୋଦରା: ସୟଦ ମୁସ୍କାକ ଅଲ୍ଲୀ ଟ୍ରଫି ଟି-20 ଚମ୍ପିଆନସିପ ପାଇଁ ବରୋଦ ଦଳ ଘୋଷଣା । ଘୋଷିତ 22 ଜଣିଆ ଟିମରେ ଅଲ-ରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା ଓ ଦୀପକ ହୁଡ୍ଡାଙ୍କ ନାମ ରହିଛି । ବରୋଦା କ୍ରିକେଟ ଆସୋସିଏସନ ନିଜ ୱେବସାଇଟରେ ସ୍କ୍ବାଡ ଘୋଷଣା କରିଛି । ଜାନୁଆରୀ 10ରୁ ବିସିସିଆଇର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ସିନିୟର ପାଣ୍ଡ୍ୟା ଓ ଦୀପକ ହୁଡ୍ଡାଙ୍କ ବ୍ୟତୀତ ଓପନର କେଦାର ଦେବଧର ଓ ବିଷ୍ଣୁ ସୋଲାଙ୍କିଙ୍କୁ ମଧ୍ୟ ସ୍କ୍ବାଡରେ ସ୍ଥାନ ମିଳିଛି । ବୋଲିଂ ବିଭାଗରେ ବାମହାତୀ ଦ୍ରୁତ ବୋଲର ଲୁକମନ ମେରିୱାଲା ଓ 30 ବର୍ଷୀୟ ଭାର୍ଗବ ଭଟ୍ଟଙ୍କ ସହ ନୂଆମୁହଁରେ ରହିଛନ୍ତି । ଡାଭ ହ୍ବାଟମୋରଙ୍କ ପରେ ପ୍ରଭାକର ବୈରଗୋନ୍ଦଙ୍କୁ ବୋର୍ଡ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି ।
ବରୋଦା ଏଲିଟ ଗ୍ରୁପ ସି ରେ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସହ ରହିଛି ।