ଓଡିଶା

odisha

ପିଙ୍କ୍‌ ବଲ ଟେଷ୍ଟ ପାଇଁ ରେଡ ବଲକୁ ଭୁଲି ଗଲା ଟିମ୍‌ ଇଣ୍ଡିଆ

ପ୍ରଥମ ମ୍ୟାଚକୁ ଭୁଲି ଦ୍ୱୀତିୟ ମ୍ୟାଚ ପାଇଁ ମଙ୍ଗଳବାର ପିଙ୍କ ବଲରେ ଅଭ୍ୟାସ କରିଛି ବିରାଟ ଆଣ୍ଡ କୋ। ଏହି ଐତିହାସିକ ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ପୁରା ଦମ ଲଗାଇଛି ଘରୋଇ ଦଳ।

By

Published : Nov 12, 2019, 11:11 PM IST

Published : Nov 12, 2019, 11:11 PM IST

ପିଙ୍କ୍‌ ବଲ ଟେଷ୍ଟ

ଇନ୍ଦୋର: ରେଡ ବଲ କ୍ରିକେଟ ଏବେ ହେବ ପିଙ୍କ୍‌ ବଲ କ୍ରିକେଟ । ନୂଆ ବଲର କ୍ରିକେଟ ଖେଳିବାକୁ ପୁରା ଉତ୍ସାହିତ ରହିଛି ଟିମ ଇଣ୍ଡିଆ। ସେଥିପାଇଁ ଗୋଟିଏ ମ୍ୟାଚ ପୂର୍ବରୁ ନୂଆ ବଲରେ ଆଭ୍ୟାସ ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆ ଖେଳାଳି।

କୋଲକତାର ଇଡେନ ଗାର୍ଡେନର ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ । ଯାହାକି ପିଙ୍କ ବଲରେ ଖେଳାଯିବା । ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର 2ୟ ମ୍ୟାଚ ହେବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ । ଆସନ୍ତା 14 ତାରିଖରେ ଖେଳାଯିବ ଏହି ମ୍ୟାଚ । ମାତ୍ର ଏହା ପୂର୍ବରୁ ଇନ୍ଦୋରରେ ଗୁରୁବାରଠୁ ଦଳ ଖେଳିବ ପ୍ରଥମ ମ୍ୟାଚ । ଯାହା ନିୟମିତ ଟେଷ୍ଟ ମ୍ୟାଚ ହେବ । କିନ୍ତୁ ପ୍ରଥମ ମ୍ୟାଚକୁ ଭୁଲି ଦ୍ୱିତୀୟ ମ୍ୟାଚ ପାଇଁ ମଙ୍ଗଳବାର ପିଙ୍କ ବଲରେ ଅଭ୍ୟାସ କରିଛି ବିରାଟ ଆଣ୍ଡ କୋ । ଏହି ଐତିହାସିକ ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ପୁରା ଦମ ଲଗାଇଛି ଘରୋଇ ଦଳ।

ମଙ୍ଗଳବାର ଇନ୍ଦୋର ଷ୍ଟାଡିୟମରେ ଲାଗିଥିବା ଲାଇଟ୍‌ରେ ରାତିବେଳା ଅଭ୍ୟାସ କରିବା ଆରମ୍ଭ କରିଛନ୍ତି । ଏପରି କି ନେଟ୍ସରେ ପିଙ୍କ ବଲରେ ଅଭ୍ୟାସ କରାଯାଉଛି।

ABOUT THE AUTHOR

...view details