ଓଡିଶା

odisha

ବିଶ୍ବକପ: ଚର୍ଚ୍ଚାରେ ପୂର୍ବତନ କ୍ରିକେଟରଙ୍କ ଟ୍ବିଟରୱାର

ଇଂଲଣ୍ଡ-ପାକିସ୍ତାନ ମ୍ୟାଚ ପୂର୍ବରୁ ଟ୍ବିଟରରେ ବାକଯୁଦ୍ଧ କରିଛନ୍ତି ପୂର୍ବତନ କଭିନ ପିଟରସନ ଓ ସୋଏବ ଅଖତର । ଦୁହେଁ ଏକାଠି ଖେଳିଥିବା ମ୍ୟାଚ ଗୁଡିକୁ ନେଇ ପରସ୍ପରକୁ ଟ୍ରୋଲ କରିଛନ୍ତି ।

By

Published : Jun 3, 2019, 9:36 PM IST

Published : Jun 3, 2019, 9:36 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ହାଇଦ୍ରାବାଦ: ବିଶ୍ବକପର 6ଷ୍ଠ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି ପାକିସ୍ତାନ । କାରବିଆନ ଦଳଠାରୁ ପ୍ରଥମ ମ୍ୟାଚରେ ଲଜ୍ଜାଜନକ ପରାସ୍ତ ପରେ ଆଜି 2ୟ ମ୍ୟାଚରେ ଇଂଲଣ୍ଡକୁ ଭେଟୁଛି ଦଳ । ତେବେ ଏହି ମ୍ୟାଚ ପୂର୍ବରୁ ଟ୍ବିଟରରେ ଶୀତଳ ଯୁଦ୍ଧ କରିଛନ୍ତି ପୂର୍ବତନ କଭିନ ପିଟରସନ ଓ ସୋଏବ ଅଖତର । ଦୁହେଁ ଏକାଠି ଖେଳିଥିବା ମ୍ୟାଚ ଗୁଡିକୁ ନେଇ ପରସ୍ପରକୁ ଟ୍ରୋଲ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର


ତେବେ ଆଜି ମ୍ୟାଚ ପାଇଁ ପାକିସ୍ତାନର ପୂର୍ବତନ ପେସ ଷ୍ଟାର ସୋଏବ ଅଖତର ଦଳକୁ ଟ୍ବିଟର ଯୋଗେ ଶୁଭେଚ୍ଛା ଜଣାଇଥିଲେ । ସେ ଏକ ଫଟୋ ସେୟାର କରିଥିଲେ । ଫଟୋ ସହିତ କ୍ୟାପସନରେ ଲେଖିଥିଲେ, " ଏହି ଫଟୋରେ ମୋ ପରି ହୁଅ । ଯେବେ ମତେ ନିଜ ଦେଶକୁ ପ୍ରତିନିଧିତ୍ବ କରୁଛ । ତୁମ ଛାତିରେ( ପାକିସ୍ତାନର ଜର୍ସିରେ) ଲାଗିଥିବା ଷ୍ଟାର ତୁମର ଗର୍ବ । ଆକ୍ରମଣାତ୍ମକ କ୍ରିକେଟ ଖେଳ । "

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ମାତ୍ର ସୋଏବଙ୍କ ଏହି ଟ୍ବିଟକୁ କେଭିନ ପିଟରସନ ମଜାଳିଆ ଅନ୍ଦାଜରେ ପ୍ରତି ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି, ସୋଏବ ମୁଁ ତୁମ ସହିତ ଯୁକ୍ତି କରିବାକୁ ଚାହୁଁନାହିଁ । ମାତ୍ର ମୋର ମନେପଡୁଛି ଏ ସେହି ସମୟର ଫଟୋ, ଯେତେବେଳେ ମୁଁ ତମକୁ ଖୁବ ଧୋଇଥିଲି ଆଉ ଶତକ ମଧ୍ୟ ମାରିଥିଲି । ସେହି ଖୁସିରେ ତମେ ଏମିତି ହେଉଥିଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ତେବେ ପିଟରସନଙ୍କ ଏହି ଉତ୍ତରରେ ସୋଏବ ପୁଣି ଏକ ପ୍ରତି ଉତ୍ତର ଦେଇ ଲେଖିଛନ୍ତି, ତୁମେ ଠିକ୍‌ ମନେ ରଖିଛ ପିଟର । ମାତ୍ର ଏହି ଚିକେନ ଡ୍ୟାନ୍ସ ତୁମକୁ ମୁଁ ଆଉଟ କରିଲା ପରେ କରିଥିଲି । ସୋଏବ ପୁଣି ଲେଖିଛନ୍ତି, ଆଉ ଶେଷଥର ପାଇଁ ଆମେ ସେହି ସିରିଜକୁ 2-0ରେ ଜିତିନେଇଥିଲୁ । ବହୁତ ମଜା ହୋଇଥିଲା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ତେବେ ପିଟର ପୁଣି ପ୍ରତି ଉତ୍ତର ଦେଇ ଲେଖିଛନ୍ତି, ଲଭ ୟୁ ବଡି! ପୁଣି ସୋଏବ ଲେଖିଛନ୍ତି, ସେଣ୍ଡିଂ ଲଭ ୟୋର ୱୋୟେ ।

ABOUT THE AUTHOR

...view details