ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣର ବାକି ସମସ୍ତ ମ୍ୟାଚରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ କେଦାର ଯାଦବ । ରବିବାର ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ କାନ୍ଧରେ ଆଘାତ ଲାଗିଛି । ଫଳରେ ସେ ଆଗାମୀ ପ୍ଲେ-ଅଫ ମ୍ୟାଚ ଗୁଡିକ ଖେଳିପାରିବେ ନାହିଁ । ତେବେ ଏଥି ଯୋଗୁଁ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳିବାକୁ ଥିବା ଚେନ୍ନାଇକୁ ବଡ ଝଟକା ଲାଗିଛି । ସେହିପରି ଭାରତୀୟ ବିଶ୍ବକପ ଦଳରେ ଯାଦବ ସାମିଲ ଥିବାରୁ ମଧ୍ୟ ଦଳର ଚିନ୍ତା ବଢିଯାଇଛି ।
ତେବେ କେଦାରଙ୍କ ଆହତକୁ ନେଇ ଚେନ୍ନାଇ ଟିମର କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, 'ଆସନ୍ତାକାଲି କେଦାରଙ୍କ ଏକ୍ସରେ ଓ ସ୍କାନ୍ କରାଯିବ । ଆମେ ଆଶା କରୁଛୁ, ତାଙ୍କର ଆଘାତ ଏତେ ଗଭୀର ହୋଇନଥାଉ । ମାତ୍ର ଏହା ସ୍ପଷ୍ଟ ଯେ, ସେ ଆଗାମୀ ମ୍ୟାଚ ଗୁଡିକରେ ଖେଳିପାରିବେ ନାହିଁ । କିନ୍ତୁ ଆଗାମୀ ମ୍ୟାଚରେ ଆମକୁ ଆମର ବେଷ୍ଟ ଦେବାର ଅଛି ।'