ଓଡିଶା

odisha

ଟିମକୁ ଫେରିବେ ଜୋଫ୍ରା ଆର୍ଚର, କୋରୋନା ରିପୋର୍ଟ ନେଗେଟିଭ

By

Published : Jul 21, 2020, 11:05 PM IST

ଟିମକୁ ଫେରିବେ ଇଂଲଣ୍ଡ ପେସ ବୋଲର ଜୋଫ୍ରା ଆର୍ଚର । ଜୈବ ସୁରକ୍ଷା କଟକଣାର ଉଲଂଘନ କରି ଦ୍ବିତୀୟ ଟେଷ୍ଟରୁ ବାଦ ପଡିଥିଲେ ଆର୍ଚର ।

Jofra Archer cleared to rejoin England squad after negative COVID-19 test
ଟିମକୁ ଫେରିବେ ଜୋଫ୍ରା ଆର୍ଚର, କୋରୋନା ରିପୋର୍ଟ ନେଗେଟିଭ

ଲଣ୍ଡନ: ଟିମକୁ ଫେରିବେ ଇଂଲଣ୍ଡ ପେସ ବୋଲର ଜୋଫ୍ରା ଆର୍ଚର । ଜୈବ ସୁରକ୍ଷା କଟକଣାର ଉଲଂଘନ କରି ଦ୍ବିତୀୟ ଟେଷ୍ଟରୁ ବାଦ ପଡିଥିଲେ ଆର୍ଚର । ଏହାପରେ ତାଙ୍କୁ ଜୋରିମାନା ସହ ବୋର୍ଡ ପକ୍ଷରୁ ନୋଟିସ ମଧ୍ୟ ଜାରି ହୋଇଥିଲା ।

ଏହାପରେ 5ଦିନିକିଆ ଆଇସୋଲେସନରେ ମଧ୍ୟ ରହିଥିଲେ ଜୋଫ୍ରା ଆର୍ଚର । ଏହି ସମୟ ମଧ୍ୟରେ ଆର୍ଚରଙ୍କ ଦୁଇଥର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ପରେ ସେ ଖୁବଶୀଘ୍ର ଟିମରେ ଯୋଗ ଦେବେ ବୋଲି ଜଣାପଡିଛି ।

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ଇଣ୍ଡିଜ ଦଳକୁ 113 ରନରେ ହରାଇ ସିରିଜ ବରାବର କରିଛି । ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା ଜେସନ ହୋଲ୍ଡରଙ୍କ ଦଳ । ସିରିଜର ଅନ୍ତିମ ତଥା 3ୟ ଟେଷ୍ଟ ଜୁଲାଇ 24ରୁ ମାଞ୍ଚେଷ୍ଟରରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details