ନୂଆଦିଲ୍ଲୀ:ଚଳିତ ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଦଳର କ୍ୟାପଟେନ ଭାବେ ଚୟନ ହୋଇଛନ୍ତି ଅଷ୍ଟ୍ରେଲିଆର ମେଗ ଲାନିଙ୍ଗ । ଦୁଇ ଭାରତୀୟ ଖେଳାଳି ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ଦିନିକିଆରେ ଦଳରେ ସ୍ଥାନ ପାଇଛନ୍ତି ।
ସେହିପରି ଲାନିଙ୍ଗଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଟିମର ଏଲିସ ହେଲି ଓ ଏଲିସ ପେରୀ ମଧ୍ୟ ଘୋଷିତ ଦଳରେ ରହିଛନ୍ତି ।
ୱେଷ୍ଟଇଣ୍ଡିଜର ଷ୍ଟାଫେନ ଟେଲର ଓ ଅନିଷା ମହମ୍ମଦଙ୍କୁ ଟିମରେ ସ୍ଥାନ ମିଳିଛି । ଇଂଲଣ୍ଡରୁ ଶାରହ ଟେଲର ଏକମାତ୍ର ଖେଳାଳି ଭାବେ ଦଳରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଡେନ ଭାନ ନିକର୍କ, ମାରିଜନେ କାପଙ୍କୁ ସ୍ଥାନ ମିଳିଛି ।
ସେହିପରି ଦଶନ୍ଧିର ଶ୍ରେଷ୍ଠ ମହିଳା ଟି-20 ଟିମରେ ହରମନପ୍ରୀତ କୌର ଓ ପୁନମ ଯାଦବ ରହିଛନ୍ତି ।
ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ ଟିମ: ଆଲେସ ହେଲି, ସୁଜି ବେଟସ, ମିତାଲି ରାଜ, ମେଗ ଲାନିଙ୍ଗ(କ୍ୟାପଟେନ), ଷ୍ଟାଫେନ ଟେଲର, ଶାରହ ଟେଲର, ଏଲିସ ପେରୀ, ଡେନ ଭାନ ନିକର୍କ, ମାରିଜନେ କାପ, ଝୁଲଣ ଗୋସ୍ବାମୀ ଓ ଅନିଷା ମହମ୍ମଦ ।
ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଟି-20 ଟିମ: ଆଲେସ ହେଲି, ସୋଫି ଡିଭାଇନ, ସୁଜି ବେଟସ, ମେହ ଲାନିଙ୍ଗ(କ୍ୟାପଟେନ), ହରମନପ୍ରିତ କୌର, ଷ୍ଟାଫେନ ଟେଲର, ଡିନ୍ଦା ଡୋଟିନ, ଏଲିସ ପେରୀ, ଅନୟା ଶ୍ରୁବସୋଲେ, ମେଗାନ ସ୍କଟ, ପୁନମ ଯାଦବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ