ଓଡିଶା

odisha

By

Published : Mar 16, 2020, 3:01 AM IST

ETV Bharat / sports

ରଣଜୀ ବିଜୟ ପରେ ଜୀବନ ସାଥି ବାଛିଲେ ସୌରାଷ୍ଟ୍ର ଅଧିନାୟକ

ରବିବାର ସୋସିଆଲ ମିଡିଆରେ ନିର୍ବନ୍ଧର ଘୋଷଣା କରିଛନ୍ତି କ୍ରିକେଟର ଜୟଦେବ ଉନାଦକଟ । ଆଗକୁ ପଢନ୍ତ...

jaydev-unadkat-announces-his-engagement
ରଣଜୀ ବିଜୟ ପରେ ଜୀବନ ସାଥି ବାଛିଲେ ସୌରାଷ୍ଟ୍ର ଅଧିନାୟକ

ନୂଆଦିଲ୍ଲୀ: ନିକଟରେ ସୌରାଷ୍ଟ୍ରକୁ ପ୍ରଥମ ରଣଜୀ ଟ୍ରଫି ଭେଟି ଦେଇଥିବା ଦଳର ଅଧିନାୟକ ଜୟଦେବ ଉନାଦକଟ ତାଙ୍କ ଫ୍ୟାନ୍ସଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । ରବିବାର ସୋସିଆଲ ମିଡିଆରେ ସେ ତାଙ୍କ ନିର୍ବନ୍ଧର ଘୋଷଣା କରିଛନ୍ତି ।

ଉନାଦକଟ ତାଙ୍କ ପିଆନ୍ସି ରିନିଙ୍କ ସହ ଅଫିସିଆଲ ଟ୍ବିଟରେ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, ‘‘6 ଘଣ୍ଟା, 2 ମିଲ ଏବଂ ଏକାଠି ସେୟର କଲୁ ଏକ କେକ୍‌ । ’’ ସେହିପରି ରିନି ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତ, ‘‘ମୋତେ ମୋ ଜୀବନ ସାଥି ମିଳିଛି ଏବଂ ମୁଁ ମୋ ପ୍ରେମକୁ ପାଇଛି ।’’

ଭାରତାୟ କ୍ରିକେଟର ତଥା ସୌରାଷ୍ଟ୍ରର ସାଥୀ ଖେଳାଳି ଚେତେଶ୍ବର ପୂଜାରା ମଧ୍ୟ ତାଙ୍କୁ ଏହି ବିଶେଷ ଉତ୍ସବରେ ଅଭିନନ୍ଦନ ଜଣାଇଛନ୍ତି । ତେବେ ଦଳକୁ ପ୍ରଥମ ରଣଜୀ ଟ୍ରଫି ଭେଟି ଦେବା ସହ ରଣଜୀ ଟ୍ରଫିର ଗୋଟିଏ ସିଜିନରେ 65ଟି ୱିକେଟ ନେଇ 21 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଏହି ରେକର୍ଡ ପୂର୍ବରୁ 1998-99 ସିଜିନରେ କର୍ଣ୍ଣାଟକର ଦୋଡା ଗଣେଶଙ୍କ ନାମରେ ରହିଥିଲା ।

ABOUT THE AUTHOR

...view details